ଭାରତ

ବାତ୍ୟା ମିଚାଉଙ୍ଗ୍; ୫୪ଟି ଟ୍ରେନ ବାତିଲ

(ଦିଲ୍ଲୀ)  : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ମିଚାଉଙ୍ଗ୍ ସୃଷ୍ଟି ହୋଇଯାଇଛି । ଫଳରେ ବାତ୍ୟା ‘ମିଚାଉଙ୍ଗ୍’ରେ ପରିଣତ ହେଲା ଗଭୀର ଅବପାତ । ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି ଅବପାତ । ସାମ୍ଭାବ୍ୟ ବାତ୍ୟା ପାଇଁ ଇଷ୍ଟକୋଷ୍ଟ ରେଲୱେ ପୂର୍ବତଟରୁ ଆସୁଥିବା ୧୨ଟି ଏବଂ ପୂର୍ବତର ଦେଇ ଯାଉଥିବା ୪୨ଟି ଟ୍ରେନକୁ ବାତିଲ କରାଯାଇଛି ।

 

ସୂଚନାନୁଯାୟୀ , ବାତିଲ ଟ୍ରେନଗୁଡିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଡି ଟ୍ରେନକୁ ବାତିଲ କରାଯାଇଛି । ଏଥି ସହିତ ବିଶାଖାପଟଣାରୁ ଚେନ୍ନାଇ ଓ ତିରୁପତିକୁ ଯାଉଥିବା ଟ୍ରେନ୍ ମଧ୍ୟ ବାତିଲ ହୋଇଥିବା ନେଇ ସୂଚନା ରହିଛି । ତେବେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ରେଳ ବିଭାଗ ଏପରି ନିଷ୍ପତ୍ତି ନେଇଛି । ବାତ୍ୟା ପାଇଁ ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ।

Related posts

ଭୂକମ୍ପରେ ଥରିଲା ଆଣ୍ତାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ

mahabharatanews

ଧାରା ୧୪୨ ଆଧାରରେ ତତ୍କାଳ ମିଳିପାରିବ ଛାଡ଼ପତ୍ର

mahabharatanews

କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା 

mahabharatanews