ଭାରତ

୭ରେ ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ

(ଦିଲ୍ଲୀ) : ଡିସେମ୍ବର ୭ରେ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି ।ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କ ସହ କିଛି ମନ୍ତ୍ରୀ ମଧ୍ୟ ଶପଥ ନେବେ। ହାଇଦ୍ରାବାଦରେ ଅନୁଷ୍ଠିତ ସିଏଲପି ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ଦଳୀୟ ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦିଆଯାଇଥିଲା। କଂଗ୍ରେସ ହାଇକମାଣ୍ଡ ରେବନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ କରିଛନ୍ତି।

ସୂଚନାନୁଯାୟୀ , ତେଲେଙ୍ଗାନାର ବରିଷ୍ଠ କଂଗ୍ରେସ ନେତା ଉତ୍ତମ କୁମାର ରେଡ୍ଡୀ ଓ ଭଟ୍ଟି ବିକ୍ରମ‌ାର୍କଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଉପ-ମୁଖ୍ୟମନ୍ତ୍ରୀ ପଦ ନ ଦିଆଯାଏ ତେବେ ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ୫୬ ବର୍ଷୀୟ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ବର୍ତ୍ତମାନ ଲୋକସଭାର ସଦସ୍ୟ ଅଛନ୍ତି। ୨୦୧୭ରେ ସେ ତେଲୁଗୁଦେଶମ୍ ପାର୍ଟି ଛାଡ଼ି କଂଗ୍ରେସକୁ ଆସିବା ପରେ ତେଲେଙ୍ଗାନା ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ।

 

 

Related posts

ମୁସଲମାନମାନଙ୍କୁ RSSରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି କି?

mahabharatanews

ବଢିଲା ଗ୍ୟାସ ଦର

mahabharatanews

ଦିଲ୍ଲୀରେ ଜେଏନ୍‌.୧ର ୨୪ଟି ମାମଲା

mahabharatanews