ଓଡିଶା

ଓଡ଼ିଶାରେ ହାତୀଙ୍କ ପାଠଶାଳା 

(ଭୁବନେଶ୍ୱର) :  ହାତୀ ଆକ୍ରମଣରେ ପ୍ରାଣହାନି ହେଲେ ମିଳିବ ଅନୁକମ୍ପା ରାଶି । ଏ ନେଇ ଅନୁକମ୍ପା ୱେବସାଇଟ୍ ଅଛି । ଏଥିରେ ଅନଲାଇନରେ ଆବେଦନ କଲେ ମିଳିବ ଅନୁକମ୍ପା ରାଶି । ତେବେ ହାତୀ ଆକ୍ରମଣରେ ମୃତ୍ୟୁ ହେଲେ 6 ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ହାତୀଙ୍କ ପାଠଶାଳା ଖୋଲିବ । ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି । କୁମକି ହାତୀଙ୍କ ପରି ଟ୍ରେନିଂ ପାଇଥିବା ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେନିଂ ଦେଇଥାଏ । ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ହାତୀକୁ ଆୟତ୍ତ କରାଯାଇ ପାରିବ । ଅଭୟାରଣ୍ୟରେ ତାଙ୍କୁ ବ୍ୟବହାର କରାଯାଇ ପାରିବ । ସେଥିପାଇଁ କଥାବାର୍ତ୍ତା ଚାଲିଛି । ଆମ ପାଖରେ ମଧ୍ୟ କିଛି ଏପରି ଟ୍ରେନିଂ ପାଇଥିବା ହାତୀ ଅଛନ୍ତି । ବାହାରୁ ଅଧିକ ଆସିଲେ ଆମ ହାତୀ ଅଧିକ ଟ୍ରେନିଂ ପାଇପାରିବେ । ଯାହାକୁ ହାତୀଙ୍କ ପାଠଶାଳା ବୋଲି କୁହାଯାଉଛି ।

Related posts

ରାଜ୍ୟରେ ୫ ଜିଲ୍ଲାରୁ ୮ କରୋନା ପଜିଟିଭ ; ଜଣେ ୧୮ ବର୍ଷରୁ କମ୍

mahabharatanews

ଭିନ୍ନକ୍ଷମ ପିଲାଙ୍କ ସର୍ଭେ ପାଇଁ ନିର୍ଦ୍ଧେଶ

mahabharatanews

ରାଜଧାନୀରେ ଆଉ ଏକ କଣ୍ଟେନମେଣ୍ଟ ଜୋନ

mahabharatanews