ମନୋରଞ୍ଜନ

ଆଖି ବୁଜିଲେ ବର୍ଷୀୟାନ୍ ଭିନେତା ‘ଜୁନିୟର୍‌ ମେହ୍‌ମୁଦ୍

(ମୁମ୍ବାଇ) :  ଆଖି ବୁଜିଲେ ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିବା ବର୍ଷୀୟାନ୍‌ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ‘ଜୁନିୟର୍‌ ମେହ୍‌ମୁଦ୍‌। ତାଙ୍କର ଗୁରୁବାର ରାତି ପ୍ରାୟ ୨ଟା ବେଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି।

ସୂଚନାନୁଯାୟୀ, ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ପାକସ୍ଥଳୀ କର୍କଟ ରୋଗରେ ପୀଡ଼ିତ ଥିଲେ। କିନ୍ତୁ, ଡାକ୍ତରୀ ପରୀକ୍ଷାଦ୍ବାରା ଏକଥା ଜଣାପଡ଼ିବା ଆଗରୁ କର୍କଟ ରୋଗ ତାଙ୍କ ଯକୃତ୍‌ ଓ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିସାରିଥିଲା। ତାଙ୍କ ଅନ୍ତଃନଳୀରେ ଗୋଟାଏ ‘ଟ୍ୟୁମର୍‌’ ମଧ୍ୟ ବାହାରିଥିଲା। ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କର୍କଟ ରୋଗର ଚିକିତ୍ସା ବେଳେ ସେ କାମଳ ବା ‘ଜଣ୍ଡିସ୍‌’ ରୋଗରେ ବି ଆକ୍ରାନ୍ତ ହୋଇଗଲେ। ଉତ୍ତରାଧିକାରୀ ଭାବେ ତାଙ୍କର ସ୍ତ୍ରୀ, ୨ ପୁଅ-ବୋହୂ ଓ ଜଣେ ନାତି ଅଛନ୍ତି।

Related posts

ଥମୁନି ଓଲିଉଡ଼ ମାମଲା ; ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ମନୋଜ 

mahabharatanews

ରେକର୍ଡ କଲା ଫିଲ୍ମ ‘ପୁଷ୍ପା’; ୭ ମିଲିୟନ୍ ଲାଇକ୍ 

mahabharatanews

ସନା ଖାନଙ୍କ ଘରକୁ ଆସିଲା କୁନି ଅତିଥି

mahabharatanews