ଓଡିଶା

 ହାତୀ ଆକ୍ରମଣରେ ଗଲା ୨ଜୀବନ

(ଅନୁଗୁଳ) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ହାତୀ ଆକ୍ରମଣରେ ଗଲା ଜୀବନ । ଗତ ରାତିରେ ଦୁଇ ଜଣଙ୍କୁ ଦଳିଦେଇଛି ହାତୀ । ଅନୁଗୁଳ ଜିଲ୍ଲା ଶରଧାପୁର ଓ ଛେଳିଆପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାନୁଯାୟୀ , ମୃତକ ଦୁଇ ଜଣ ହେଉଛନ୍ତି ୧୮ବର୍ଷିୟ ଯୁବକ ଗୁରୁ ନାଏକ ଓ ବୃଦ୍ଧ ଅଇଁଠୁ ସାହୁ । ସେପଟେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଆନ୍ଦୋଳନକୁ ଓଲ୍ହାଇଛନ୍ତି ଗ୍ରାମବାସୀ । ରାତି ପ୍ରାୟ ୧୦ଟା ବେଳେ ହାତୀଟି ଗାଁ ମୁହାଁ ହୋଇ ଦୁଇ ଜଣଙ୍କୁ ଆକ୍ରମଣ କରିଛି । ଆକ୍ରମଣରେ ଜଣେ ଯୁବକ ଓ ଅନ୍ୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଶରଧାପୁର ଗାଁର ଗୁରୁ ନାଏକ ଘର ନିକଟରେ ବୁଲୁଥିବା ବେଳେ ହଠାତ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଦଳି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Related posts

ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ବାସହରା ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

mahabharatanews

ତଥ୍ୟ ଲୁଚାଇବା ଅଭିଯୋଗ: ସ୍ୱାସ୍ଥ୍ୟ ସଚିବକୁ ବାହାର କଲେ ମମତା

mahabharatanews

ଅତ୍ୟାଧୁନିକ ସ୍ପୋର୍ଟସ କମ୍ପେ୍ଲକ୍ସ ଉଦଘାଟିତ 

mahabharatanews