ମନୋରଞ୍ଜନ

୮୮ ବର୍ଷରେ ପାଦ ଥାପିଲେ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର

(ମୁମ୍ବାଇ) : ଆଜି ହେଉଛି ବଲିଉଡର ହିମ୍ୟାନ୍‌ ଭାବରେ ଜଣାଶୁଣା ଧର୍ମେନ୍ଦ୍ରଙ୍କ ଜନ୍ମଦିନ । ତେବେ ସେ ଆଜି ତାଙ୍କର ୮୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ପରିବାର ସଦସ୍ୟ ଏବଂ ପିଲାମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ପୁଅ ସନ୍ନି ଦେଓଲ ଏବଂ ଝିଅ ଈଶା ଦେଓଲ ପିତାଙ୍କ ପାଇଁ ବିଶେଷ ‌ସୋସିଆଲ୍‌ ମିଡିଆ ପୋଷ୍ଟ କରିଛନ୍ତି।

ପିତାଙ୍କୁ ‘ୱିସ୍‌’ କରିବା ସହ ଈଶା କିଛି ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଚିତ୍ରଗୁଡ଼ିକରେ ଧର୍ମେନ୍ଦ୍ର ତାଙ୍କ ପ୍ରିୟ ଝିଅ ଇଶାଙ୍କ କପାଳକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଫଟୋ ସେୟାର କରି ଈଶା ଦେଓଲ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋର ପ୍ରିୟ ପାପା, ତୁମକୁ ବହୁତ ଭଲପାଏ। ମୁଁ ତୁମ ପାଇଁ ପ୍ରାର୍ଥନା କରୁଛି ଯେ ତୁମେ ସର୍ବଦା ଖୁସି, ସୁସ୍ଥ ଏବଂ ଶକ୍ତିଶାଳୀ ରୁହ। ପାପା, ତୁମକୁ ବହୁତ ବହୁତ ଭଲ ପାଇବା।’

ସୂଚନାନୁଯାୟୀ , ଧର୍ମେନ୍ଦ୍ର ଏହି ଦିନ ଅର୍ଥାତ ୮ ଡିସେମ୍ବର ୧୯୩୫ ମସିହାରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଧର୍ମେନ୍ଦ୍ର କେୱାଲ କୃଷ୍ଣ ଦେଓଲ। ଲୁଧିଆନାର ସାହନେୱାଲ ଗ୍ରାମରେ ଜନ୍ମ ହୋଇଥିବା ଧର୍ମେନ୍ଦ୍ର ୧୯୬୦ ମସିହାରେ ‘ଦିଲ୍ ଭି ତେରା ଔର ହମ୍ ଭି ତେରେ’ ସିନେମା ସହିତ ବଲିଉଡରେ ପ୍ରବେଶ କରିଥିଲେ ଏବଂ କୁହାଯାଏ ଯେ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ମାତ୍ର ୫୧ ଟଙ୍କା ପାରିଶ୍ରମିକ ମିଳିଥିଲା।

Related posts

ବିଜୟ ଦେବରକୋଣ୍ଡାଙ୍କ ପୂର୍ବରୁ ଏହି ଅଭିନେତାଙ୍କ ସହ ହୋଇଥିଲା ରଶ୍ମିକାଙ୍କ ନିର୍ବନ୍ଧ……

mahabharatanews

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

mahabharatanews

ବଢୁଛି ରଜନୀକାନ୍ତଙ୍କ କ୍ରେଜ; ଧମାଲ କରୁଛି  ଫିଲ୍ମ ‘ଜେଲର’ 

mahabharatanews