(ଦିଲ୍ଲୀ) : ଆଜି ବର୍ଷୀୟାନ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ୭୭ତମ ଜନ୍ମଦିନ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି: ଜନ୍ମଦିନରେ ସୋନିଆ ଗାନ୍ଧୀଜୀଙ୍କୁ ଆନ୍ତରିକ ଶୁଭେଚ୍ଛା। ତାଙ୍କର ଜୀବନ ଦୀର୍ଘ ଓ ନିରାମୟ ହେଉ।
ସୂଚନାନୁଯାୟୀ , କେ. ସି. ବେଣୁଗୋପାଳ କହିଛନ୍ତି, ତାଙ୍କ ଜୀବନଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଅତି ଦୁଃସମୟରେ ଅସାଧାରଣ ସମନ୍ବୟ ରକ୍ଷା କରି ସେ କଂଗ୍ରେସକୁ ଚଳାଇଛନ୍ତି। ସେ ହେଉଛନ୍ତି ସମସ୍ତଙ୍କର ମଙ୍ଗଳ କରିଥିବା ଏବଂ ଦେଶର ଦ୍ରୁତ ଅଭିବୃଦ୍ଧି କରାଇଥିବା ‘ଉପା’ ସରକାର ବିନ୍ଧାଣୀ।