ଭାରତ

ଭାଇରଲ ହେଲା ରାମମନ୍ଦିର ଗର୍ଭଗୃହର ଫଟୋ 

(ଦିଲ୍ଲୀ)  : ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି  ଜୋରସୋରରେ ଚାଲିଛି । ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ କରାଯିବ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ରାମମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାନୁଯାୟୀ , ମୂର୍ତ୍ତି ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଗଲାଣି । ସେପଟେ ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ବଡ଼ ଧରଣର ଆୟୋଜନ କରାଯାଉଛି । ସାରାଦେଶରେ ବୁଲୁଛି ଅକ୍ଷତ କଳସ ଯାତ୍ରା । ଏହି କଳସ ଯାତ୍ରା ଆଜି ଓଡ଼ିଶାରେ ପହଞ୍ଚିଛି । ଭୁବନେଶ୍ୱର ରସୁଲଗଡ଼ରେ ପହଞ୍ଚିବା ପରେ ଅକ୍ଷତ କଳସ ଯାତ୍ରା ରାଜଧାନୀରେ ବୁଲିବା ପରେ ରାମମନ୍ଦିର ନିକଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Related posts

ରାୟପୁର ଗସ୍ତରେ ରାଷ୍ଟ୍ରପତି, ଜଗନ୍ନାଥ ମନ୍ଦିରରେ କଲେ ପୂଜା

mahabharatanews

ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦେବେ ଦିଲ୍ଲୀ ସରକାର

mahabharatanews

ପ୍ରଦୂଷଣରେ ବର୍ଷକୁ ଯାଉଛି ୧୫ଲକ୍ଷ ଜୀବନ, ଲାନ୍ସେଟ ଦେଲା ଚିନ୍ତାଜନକ ତଥ୍ୟ

mahabharatanews