ମନୋରଞ୍ଜନ

 ଫିଲ୍ମ ‘ଆନିମଲ୍’କୁ ନେଇ ସଂସଦରେ ହୋହାଲ୍ଲା

(ମୁମ୍ବାଇ) :  ଗତ ସପ୍ତାହରେ ରିଲିଜ୍ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଗୋଟିଏ ସପ୍ତାହରେ ସାରା ବିଶ୍ବରେ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଥିବା ବେଳେ ସଂସଦରେ ହୋହାଲ୍ଲା ଦେଖିବାକୁ ମିଳିଛି । ସମସ୍ତେ ରଣବୀର ଓ ବବି ଦେଓଲ୍‌ଙ୍କ ଅଭିନୟକୁ ଭାରି ପ୍ରଶଂସା କରୁଛନ୍ତି। କିନ୍ତୁ ଫିଲ୍ମର କାହାଣୀକୁ ନେଇ ଲୋକେ ଦି’ଭାଗ ହୋଇ ଯାଇଛନ୍ତି। ଅଧା ଏହାକୁ ଖୁବ୍ ପ୍ରଶଂସା କରୁଥିବାବେଳେ ଅଧା ଦର୍ଶକ ଏଥିରେ ଖୁବ୍ ହିଂସା ପ୍ରଦର୍ଶନ କରାଯାଇଛି କହି କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି।

ସୂଚନାନୁଯାୟୀ , କଂଗ୍ରେସର ରାଜ୍ୟସଭା ସାଂସଦ ରଣଜିତ ରଂଜନ। ସେ ରାଜ୍ୟସଭାରେ ହିଁ ‘ଆନିମଲ୍‌’କୁ କଡ଼ା ସମାଲୋଚନା କରିଛନ୍ତି।ସାଂସଦ ଶ୍ରୀ ରଂଜନ କହିଛନ୍ତି, ‘‘ସିନେମା ସମାଜର ଦର୍ପଣ ଭଳି। ଆମେ ସମସ୍ତେ ଫିଲ୍ମ ଦେଖି ବଡ଼ ହୋଇଛୁ। ଲୋକଙ୍କ ଉପରେ, ବିଶେଷକରି ଯୁବପିଢ଼ି ଉପରେ ସିନେମାର ଖୁବ୍ ପ୍ରଭାବ ରହିଛି। କିନ୍ତୁ ବର୍ତ୍ତମାନ ଆସୁଥିବା ଫିଲ୍ମ, ‘କବୀର ସିଂହ’, ‘ପୁଷ୍ପା’ ଓ ‘ଆନିମଲ୍‌’ ଆଦିରେ ହିଂସାକୁ ଖୁବ୍‌ ଉତ୍ସାହିତ କରାଯାଇଛି। ମୋ’ ଝିଅ ଓ ତା’ର କିଛି ବାନ୍ଧବୀ ଏ ଫିଲ୍ମ ଦେଖିବାକୁ ଯାଇଥିଲେ।

Related posts

“ଏଥିରୁ ନିବୃତ୍ତ ରୁହନ୍ତୁ”: ରଣବୀର ସିଂ  

mahabharatanews

ଚର୍ଚାରେ ସଲମାନଙ୍କ ଟାଇଗର-୩ 

mahabharatanews

“ସବୁର ଅଭିଜ୍ଞତା ଜରୁରୀ”: ନାଗା ଚୈତନ୍ୟ

mahabharatanews