ଓଡିଶା

ଅଭାବନୀୟ ଘଟଣା : ନଳକୂପ ଭିତରେ ନବଜାତ ଶିଶୁ 

(ସମ୍ବଲପୁର) : ନଳକୂପ ଭିତରୁ ନବଜାତ ଶିଶୁର କ୍ରନ୍ଦନ ଶୁଭୁଛି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ଆଜି ଅପରାହ୍‌ଣରେ ।

ସୂଚନା ଅନୁସାରେ, ଲାରିପାଲିସ୍ଥିତ ଶ୍ରୀରାମ ବୁଢ଼ା ଜଙ୍ଗଲକୁ ଆଜି ଅପରାହ୍‌ଣରେ କିଛି ଲୋକ ଯାଇଥିଲେ। ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ନଳକୂପରୁ ଏକ ଶିଶୁର କ୍ରନ୍ଦନ ସେମାନେ ଶୁଣିବାକୁ ପାଇଥିଲେ। ଏନେଇ ଲୋକମାନେ ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ପରେ ଏହି ସୂଚନା ପୁଲିସ ଓ ଅଗ୍ନିଶମବାହିନୀଙ୍କୁ ଦିଆଯାଇଥିଲା। ସୂଚନା ପାଇ ଅଗ୍ନିଶମବାହିନୀ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଏକ ଜେସିବି ପହଞ୍ଚି ଖୋଳିବା କାର୍ଯ୍ୟ ଆରମ୍ଭ କରିଦେଇଛି।

Related posts

ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ

mahabharatanews

ଆସନ୍ତା ମାସରୁ ସଡକ ନିରାପତ୍ତା ଯାଞ୍ଚ ହେବ କଡାକଡି

mahabharatanews

ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

mahabharatanews