ମନୋରଞ୍ଜନ

ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ କିଙ୍ଗ ଖାନ 

(ମୁମ୍ବାଇ) :  ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ କିଙ୍ଗ ଖାନ । ୨୦୨୩ବର୍ଷ ବଲିଉଡର ରାଜା ଶାହାରୁଖ ଖାନଙ୍କ ପାଇଁ ବହୁତ ଭଲ ରହିଛି। ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି। ଶାହାରୁଖ ପୁଣି ଥରେ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ପ୍ରଣାମ କରିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି ଜଣାପଡ଼ିଛି।

ସୂଚାନନୁଯାୟୀ , ଶାହାରୁଖ ଖାନଙ୍କ ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ କିଛି ଦିନ ମଧ୍ୟରେ ରିଲିଜ୍ ହେବ। ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ କିଙ୍ଗ ଖାନ୍ ମାତ‌ା ବୈଷ୍ଣୋ ଦେବୀଙ୍କ ମନ୍ଦିର ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ମଙ୍ଗଳବାର ଅର୍ଥାତ୍ ଆଜି ସକାଳେ ତାଙ୍କୁ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ।

Related posts

ଓଟିଟିରେ ଫିଲ୍ମ ‘ଗୁଣ୍ଟୁର କାରମ’

mahabharatanews

 ଏହି ସୋ’ରେ ଏବେ ନୂଆ ତାରକା

mahabharatanews

୨୦୦ କୋଟି ଆୟ କଲା ଫିଲ୍ମ ‘ଫାଇଟର୍’

mahabharatanews