ମନୋରଞ୍ଜନ

କ୍ରିକେଟ୍ ଦଳ କିଣିଲେ ଖିଲାଡି କୁମାର

(ମୁମ୍ବାଇ) : ଅନେକ ବଲିଉଡ ସୁପରଷ୍ଟାର ଅଭିନୟ ସହ କ୍ରିକେଟରେ ମଧ୍ୟ ଖାସ ରୁଚି ରଖନ୍ତି । ବର୍ତ୍ତମାନ ବଲିଉଡର ଖିଲାଡି କୁମାରଙ୍କ ନାଁ ଏହି ତାଲିକାରେ ଯୋଡି ହୋଇଛି। ଆଜ୍ଞା ହଁ ଅକ୍ଷୟ କୁମାର ମଧ୍ୟ ଏକ କ୍ରିକେଟ୍ ଦଳର ମାଲିକ ହୋଇଛନ୍ତି । ଅକ୍ଷୟ କୁମାର କହିଛନ୍ତି, “ଆଇପିଏଲ ଏବଂ ଶ୍ରୀନଗର ଦଳର ଅଂଶ ହୋଇ ମୁଁ ବହୁତ ଖୁସି। ଏହି ଟୁର୍ନାମେଣ୍ଟ କ୍ରିକେଟ୍ ଦୁନିଆରେ ଖେଳ ପରିବର୍ତ୍ତନକାରୀ ହେବ ଏବଂ ମୁଁ ଏହି ଅନନ୍ୟ କ୍ରୀଡା ପ୍ରୟାସର ଅଗ୍ରଭାଗରେ ରହିବାକୁ ଆଗ୍ରହୀ ଅଟେ। ଅକ୍ଷୟ କୁମାର ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ରିକେଟ୍ ଦଳ କିଣିଥିବା ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଅକ୍ଷୟ କୁମାର କ୍ରିକେଟ୍ ଦଳର ମାଲିକ ଥିବା ସୁପରଷ୍ଟାର ଲିଗରେ ମଧ୍ୟ ଯୋଗ ଦେଇଛନ୍ତି। ଅଭିନେତା ନିକଟରେ ନୂତନ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗରେ ଶ୍ରୀନଗର ଦଳ କିଣିଛନ୍ତି, ଏହା ପ୍ରଥମ ଟେନର ବଲ୍ ଟି ୧୦ କ୍ରିକେଟ୍ ଟୁର୍ନାମେଣ୍ଟ । ଯାହା ମାର୍ଚ୍ଚ ୨ -୯, ୨୦୧୪ ପର୍ଯ୍ୟନ୍ତ ଷ୍ଟାଡିୟମ ଭିତରେ ଖେଳାଯିବ ।

Related posts

ନିଜ ପ୍ରଶଂସକଙ୍କୁ ଚାପୁଡ଼ା ମାରି ସଫେଇ ଦେଲେ ନାନା ପାଟେକର

mahabharatanews

“ଏକ ଯୁଗର ଅନ୍ତ ଘଟିଛି,” ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଲେ – ପ୍ରତ୍ୟେକ ପିଢ଼ିର ଜଣେ ପ୍ରିୟ ତାରକା ଚାଲିଗଲେ।

mahabharatanews

୧୧ ଅଗଷ୍ଟରେ ରିଲିଜ ହେବ ଖିଲାଡୀ ବୟଙ୍କ ଫିଲ୍ମ  ‘OMG 2’

mahabharatanews