ବିଶ୍ୱ

ଗାଜା ଷ୍ଟ୍ରିପରେ ଯୁଦ୍ଧ ବନ୍ଦ କରିବ ନାହିଁ ଇସ୍ରାଇଲ

(ଦିଲ୍ଲୀ) : ଇସ୍ରାଏଲ-ହାମାସ ଯୁଦ୍ଧକୁ ଦୁଇ ମାସ ବିତିଗଲାଣି । ଏହି ସପ୍ତାହରେ ଜାତିସଂଘର ସାଧାରଣ ସଭାରେ ବହୁମତ ସହିତ ଏକ ସଂକଳ୍ପ ପାରିତ ହୋଇଥିଲା ଯେ ଇସ୍ରାଏଲ ତୁରନ୍ତ ଗାଜା ଷ୍ଟ୍ରିପରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ଗାଜାରେ ବୋମା ବିସ୍ଫୋରଣକୁ ବନ୍ଦ କରିବା ଉଚିତ୍‌, କିନ୍ତୁ ଇସ୍ରାଏଲ କହିଛି, ସେ ଗାଜା ଷ୍ଟ୍ରିପରେ ଯୁଦ୍ଧ ବନ୍ଦ କରିବ ନାହିଁ ଆନ୍ତର୍ଜାତିକ ସମର୍ଥନ ମିଳୁ କି, ନ ମିଳୁ ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ବଳବତ୍ତର ରହିବ ବୋଲି ଇସ୍ରାଏଲ୍‌ର ବୈଦେଶିକ ମନ୍ତ୍ରୀ ଏଲି କୋହେନ୍ କହିଛନ୍ତି ।

ସୂଚାନନାନୁଯାୟୀ, ଏପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଇସ୍ରାଏଲକୁ ବର୍ତ୍ତମାନ ଆମେରିକା ଏବଂ ୟୁରୋପୀୟ ସଂଘ ସମେତ ବିଶ୍ୱର ଅଧିକାଂଶ ଲୋକଙ୍କ ସମର୍ଥନ ରହିଛି, କିନ୍ତୁ ସେମାନେ ସେହି ସମର୍ଥନ ହରାଇବା ଆରମ୍ଭ କରିଛନ୍ତି । ଇସ୍ରାଏଲ ପ୍ରତି ପ୍ରତିକୂଳ ବିଶ୍ୱମତର ମୁଖ୍ୟ କାରଣ ଭାବେ ଆମେରିକା ରାଷ୍ଟ୍ରପତି ‘ଆଖିବୁଜା ବୋମାମାଡ଼’ ବୋଲି ଦର୍ଶାଇଛନ୍ତି । ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭାରେ ଗାଜାରେ ମାନବିକ ଅସ୍ତ୍ରବିରତି ଦାବିରେ ମତଦାନ ହୋଇଥିଲା । ଭାରତ ସମେତ ୧୫୩ଟି ଦେଶ ଏହାକୁ ସମର୍ଥନ କରିଥିବା ବେଳେ ୧୦ଟି ବିପକ୍ଷରେ ଭୋଟ୍ ଦେଇଥିଲେ ଏବଂ ୨୩ଟି ଦେଶ ଏଥିରୁ ଦୂରେଇ ରହିଥିଲେ ।

Related posts

ପାକ ରେଳ ଦୁର୍ଘଟଣା; ଚାଲିଗଲା ୩୩ ଜୀବନ   

mahabharatanews

ଋଷ ସହିତ ଏକ ଶାନ୍ତି ଚୁକ୍ତିନାମା କରିବାକୁ ପ୍ରସ୍ତୁତ ଅଛନ୍ତି ଜେଲେନସ୍କି

mahabharatanews

ବିଶ୍ବର ସବୁଠୁ ବଡ କ୍ରୁଜ୍ ରୟାଲ କାରବିଆନର ସିମ୍ପୋନୀ ଅଫ୍ ଦ ସି କରୋନା କବଜାରେ

mahabharatanews