ଭାରତ

ଆଜି ପୁଣି ୪୯ ସାଂସଦ ନିଲମ୍ବିତ

(ଦିଲ୍ଲୀ) : ଆଜି ପୁଣି ଲୋକସଭାରୁ ନିଲମ୍ବିତ ହେଲେ ୪୯ ଜଣ ସାଂସଦ। ପ୍ରବଳ ହଟ୍ଟଗୋଳ ଯୋଗୁ ଆଜି ଦ୍ବିତୀୟ ଦିନରେ 49 ବିରୋଧୀ ସାଂସଦ ପାର୍ଲାମେଣ୍ଟରୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଏପର୍ଯ୍ୟନ୍ତ ୧୪୧ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି। ସୋମବାର ସଂସଦର ଉଭୟ ଗୃହରୁ ମୋଟ ୯୨ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

ସୂଚନାନୁଯାୟୀ , ସେଥିମଧ୍ୟରୁ ୪୬ ଜଣ ଲୋକସଭା ଏବଂ ୪୬ ଜଣ ରାଜ୍ୟସଭାରୁ ଆସିଥିଲେ। ଏପର୍ଯ୍ୟନ୍ତ ଲୋକସଭାର ୯୫ ଜଣ ସାଂସଦ ଏବଂ ରାଜ୍ୟସଭାର ୪୬ ଜଣ ସାଂସଦଙ୍କୁ ସଂସଦରୁ ନିଲମ୍ବିତ କରାଯାଇଛି । ଆଜି ନିଲମ୍ବିତ ହୋଇଥିବା ସାଂସଦମାନେ ଫାରୁକ୍ ଅବଦୁଲ୍ଲା, ସୁପ୍ରିୟା ସୁଲେ, ଶଶି ଥରୁର, ଜ୍ୟୋତ୍ସନା ମହନ୍ତଙ୍କ ସମେତ ଅନେକ ନେତା ଅଛନ୍ତି। ସାଂସଦଙ୍କ ନିଲମ୍ବନକୁ ନେଇ ବିରୋଧୀ ଲଗାତାର ଭାବରେ ହଟ୍ଟଗୋଳ ଜାରି ରଖିଛନ୍ତି ।

Related posts

ଚାଲିଛି ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

mahabharatanews

ଆତ୍ମସମର୍ପଣ କଲା ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ 

mahabharatanews

ହାଣ୍ଡିଶାଳେ ଲାଗିଛି ନିଆଁ

mahabharatanews