ମନୋରଞ୍ଜନ

ମନି ଲଣ୍ଡରିଂ ମାମଲା; କୋର୍ଟରେ ହାଜର ହେଲେ ଜ୍ୟାକଲିନ୍

(ମୁମ୍ବାଇ) :  ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଙ୍କ ନାମ ଲିଙ୍କ୍ ହେବା ପରେ ଅଭିନେତ୍ରୀ ଲାଇମଲାଇଟରେ ରହିଆସୁଛନ୍ତି । ଏହି ମାମଲାରେ ତାଙ୍କୁ ଅନେକ ଥର କୋର୍ଟରେ ହାଜର ହେବା ପାଇଁ ପଡିଛି । ଏହି ମାମଲାରେ ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଇଥିଲା । ବର୍ତ୍ତମାନ ଅଭିନେତ୍ରୀ ଚାର୍ଜସିଟ୍ ଏବଂ ଏଫ୍ଆଇଆର୍ ବାତିଲ କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାନୁଯାୟୀ , ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଏବଂ ଚାର୍ଜସିଟ୍କୁ ଖାରଜ କରିବା ପାଇଁ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଇଡି ପ୍ରଦାନ କରିଥିବା ଚାର୍ଜସିଟ୍ ପ୍ରମାଣ ଭାବରେ କାର୍ଯ୍ୟ କରିବ, ଆବେଦନକାରୀ ଅର୍ଥାତ୍ ଜ୍ୟାକଲିନ୍ ନିର୍ଦ୍ଦୋଷ ଏବଂ ସେ ସୁକେଶଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ।

Related posts

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର

mahabharatanews

ବିଶ୍ୱରେ ଚହଳ ସୃଷ୍ଟି କରୁଛି ହଲିଉଡର ଏହି ଚଳଚ୍ଚିତ୍ର

mahabharatanews

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews