ଓଡିଶା

ବଡ଼ଦିନ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

(କନ୍ଧମାଳ) : ଆଜି ପବିତ୍ର ବଡ଼ ଦିନ । କନ୍ଧମାଳ ଜିଲ୍ଲାରେ କଡ଼ା କଡ଼ି ସୁରକ୍ଷା ବ୍ୟବସ୍ଥା । ସମଗ୍ର ଜିଲ୍ଲାରେ ୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗମାର୍ଚ୍ଚ କରିବା ସହ ପାଟ୍ରୋଲିଂ ଜାରି ରହିଛି । ସେହିପରି ସହରର ୧୦ଟି ସ୍ଥାନରେ ଚେକିଂ ପଏଣ୍ଟ ରଖାଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ଫୋର୍ସ ମତୟମ କରାଯାଇଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଗତ କାଲି ମଧ୍ୟରାତ୍ରୀରୁ ଫୁଲବାଣୀରେ ରଙ୍ଗିନ ଲାଇଟରେ ଚର୍ଚ୍ଚ ସଜାଯିବା ସହ ବେଶ୍ ଧୂମଧାମରେ ପ୍ରଭୁ ଯୀଶୁଙ୍କ ଧରାବତରଣ ଉତ୍ସବ ପାଳନ କରାଯାଉଛି । ଖ୍ରୀଷ୍ଟ ଧର୍ମବଲମ୍ବି ବେଶ୍ ଉତ୍ସାହର ସହ ପ୍ରଭୁଙ୍କ ଆଗମନକୁ ପାଳନ କରୁଛନ୍ତି । ସେହିପରି ଆଜି ବଡ଼ ଦିନର ପାଇଁ ଫୁଲବାଣୀର କ୍ୟାଥନିକ୍ ଚର୍ଚ୍ଚ, ବାପିଟିଷ୍ଟ ଚର୍ଚ୍ଚ ଏବଂ ଛୋଟଛୋଟ ପ୍ରାର୍ଥନା ଗୃହ ସମେତ ଜିଲ୍ଲାର ଦାରିଙ୍ଗବାଡ଼ି, ଜି.ଉଦୟଗିରି, ରାଇକିଆ, ବାଲିଗୁଡ଼ା ଆଦି ଅଞ୍ଚଳରେ ଥିବା ଚର୍ଚ୍ଚ ଉପସନା ଗୃହରେ ବେଶ୍ ଭିଡ଼ ଦେଖିବା ପାଇଁ ମିଳିଛି ।

Related posts

ଆହୁରି ବଢିବ ତାତି ,ଅସ୍ତବ୍ୟସ୍ତ ଜନଜୀବନ 

mahabharatanews

ପୁଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ

mahabharatanews

ଡମ୍ଫର ଓନର୍ସ ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ସହାୟତା

mahabharatanews