ଓଡିଶା

 ଜ଼ିରୋ ନାଇଟ ସେଲିବ୍ରେସନ ପାଇଁ ନେବାକୁ ପଡିବ ସ୍ଵତନ୍ତ୍ର ଅନୁମତି 

(ଭୁବନେଶ୍ୱର) : ନୂଆବର୍ଷରେ ହେବ ଜ଼ିରୋ ନାଇଟ ସେଲିବ୍ରେସନ ।  ସେଥିପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡିବ । ହୋଟେଲ ଏବଂ ବାର ପକ୍ଷରୁ ପାର୍କିଂ ପାଇଁ ସ୍ଵତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା ରହିବ । ଆସୁଥିବା ଗ୍ରାହକ ମାତ୍ରାଧିକ ମଦ୍ୟପାନ ପ୍ରତି ଧ୍ୟାନ ଦେବେ ହୋଟେଲ୍ ଓ ବାର୍ କର୍ତ୍ତୃପକ୍ଷ । ଏଥର ନୂଆ ବର୍ଷରେ ରାଜଧାନୀରେ ଅଧିକ ମଦ୍ୟପାନ କରି ପାରିପାରିବେ ନାହିଁ । ଆଜି ହୋଟେଲ ଓ ବାର୍ ମାଲିକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଛି । ନୂଆ ବର୍ଷ ପାଇଁ ତାର ଗାଇଡ ଲାଇନ ଜାରି କରିଛି କମିଶନରେଟ୍ ପୁଲିସ ।

ସୂଚନାନୁଯାୟୀ ,ନୂଆ ବର୍ଷକୁ ଧୁମଧାମରେ ପାଳିବା ଏବଂ ଏହାକୁ ସ୍ମରଣୀୟ କରିବା ପାଇଁ ଯୁବ ପିଢିଙ୍କ ମଧ୍ୟରେ ନାହିଁ ଉତ୍ସାହ ଦେଖିବାକୁ ମିଳେ । ସେଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ କଟକଣା ଲାଗୁ କରିଛି କମିଶନରେଟ ପୋଲିସ । ବାର୍ ଓ ହୋଟେଲ ମାଲିକ ମାନଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ତେବେ ଯଦି ହୋଟେଲ୍ କିମ୍ବା ବାର୍ ମାଲିକ ମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବେ । ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ। ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ ।

Related posts

ମା’ ଭଗବତୀଙ୍କ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି

mahabharatanews

କାଲିମେଳା ବରିଷ୍ଠ ବିଇଓ ଭାବେ ଦାୟିତ୍ୱ ନେଲେ ହିମାଂଶୁ ସମରଥ

mahabharatanews

କୋଭିଡ-୧୯ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷରେ

mahabharatanews