ଓଡିଶା

ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ

ଫୁଲବାଣୀ: ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ଓଡ଼ିଶା। ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ। କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଘନ କୁହୁଡିରେ ଆଚ୍ଛାଦିତ ଦାରିଙ୍ଗବାଡ଼ି | ଫୁଲବାଣୀରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରେର୍ଡ |

ପାରଳାଖେମୁଣ୍ଡିରେ ୫୦୦ ମିଟର ଦୃଶ୍ୟମାନ ଦୂରତା ରେକର୍ଡ | କୋରାପୁଟ- ୧୫.୫, ଦାରିଙ୍ଗବାଡି-୧୬ ଓ ଫୁଲବାଣୀ- ୧୭ ଡିଗ୍ରୀ ତାପମାତ୍ରା | ଓଡ଼ିଶାର ଭୁସ୍ୱର୍ଗ ଦାରିଙ୍ଗବାଡିରେ ପହିଲି ଶୀତ ସହ ଘନ କୁହୁଡିର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ଲୋକେ । ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାମାନ୍ୟ ଡେରିରେ ଶୀତ ଅନୁଭୂତ ହୋଇଛି ।

Related posts

ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬

mahabharatanews

କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌ : ଏୟାର ଶୋ’ ପାଇଁ ଫୁଲ ଡ୍ରେସ ରିହର୍ସାଲ

mahabharatanews

ରାଜ୍ୟରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା 

mahabharatanews