ଓଡିଶା

ଦୁବାଇ ଚିଡ଼ିଆଖାନାରୁ ଆସିବେ ନୂଆ ଅତିଥି  

(ଭୁବନେଶ୍ୱର) :  ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଦୁବାଇ ଚିଡ଼ିଆଖାନାରୁ ଆସିବେ ଚିତା ଓ ଧଳା ସିଂହ । ଦୁବାଇ ଚିଡ଼ିଆଖାନାରୁ ପ୍ରାଣୀ ବଦଳ ପ୍ରକ୍ରିୟାରେ ଆସିବ ।

ସୂଚନାନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ନୂଆ ଅତିଥି । ୨ଟି ୱାଲାବି ଓ ୨ଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି । ପ୍ରାୟ ୩୫ବର୍ଷ ପରେ ଦୁଇ ୱାଲାବି ଆସିଛନ୍ତି ଯାହା ମଧ୍ୟରୁ ଗୋଟିଏ ଅଣ୍ତିରା ଓ ଗୋଟିଏ ମାଈ ଥିବା ନେଇ ସୂଚନା ରହିଛି । ଆଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ଅଣାଯିବ । ଚିତା, ସିଂହ, ଜିରାଫ ଆସିବା ନେଇ PCCF ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ତେବେ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏହି ନୂଆ ଜୀବଜନ୍ତୁ ଅଣାଯାଇଛି ।

Related posts

କର୍ଣ୍ଣାଟକରେ ଅଟକିଥିବା ୭୦ ଶ୍ରମିକଙ୍କ ରାଜ୍ୟ ସରକାରକୁ ନିବେଦନ

mahabharatanews

କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା 

mahabharatanews

ଖୋଲିଲା ହୀରାକୁଦ ଗେଟ୍

mahabharatanews