ଓଡିଶା

ରାଜଭବନ ଉଦ୍ୟାନକୁ ଉପଭୋଗ କରୁଛନ୍ତି ରାଜଧାନୀବାସୀ 

(ଭୁବନେଶ୍ୱର) :  ଖୋଲିଲା ରାଜଭବନ ଉଦ୍ୟାନ ।  ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଶନିବାର ଠାରୁ ଖୋଲିଲା ରାଜଭବନ ଉଦ୍ୟାନ । ରାଜଭବନ ଉଦ୍ୟାନ ଭିତରେ ରଙ୍ଗ ବେରଙ୍ଗର ଫୁଲ ସାଙ୍ଗକୁ , ହରିଣ ପାର୍କ, ବିଭିନ୍ନ ପ୍ରକାର ଚଢ଼େଇ , ଭିନ୍ନ ପ୍ରକାର ମାଛ ଯାହା ଦର୍ଶକ ଓ ସ୍କୁଲ ପିଲାମାନଙ୍କୁ ଉଦ୍ୟାନ ପ୍ରତି ଆକୃଷ୍ଟ କରିଛି ।  ସେହିପରି ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ ।

ସୂଚନାନୁଯାୟୀ , ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ

mahabharatanews

ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଜଳିଗଲା ଓଏସ୍‌ଆରଟିସି ବସ୍

mahabharatanews

ଆଜି ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ସଞ୍ଜୀବ କୁମାର ପାଣିଗ୍ରାହୀ 

mahabharatanews