ଭାରତ

ଦିଲ୍ଲୀରେ ଜେଏନ୍‌.୧ର ୨୪ଟି ମାମଲା

(ଦିଲ୍ଲୀ) : ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ ସବ ଭାରିଆଣ୍ଟ ଜେଏନ୍‌.୧ର ୨୪ଟି ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ତିନିଜଣ ଆକ୍ରାନ୍ତ ଦିଲ୍ଲୀ ବାହାରେ ରହୁଛନ୍ତି । ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଆକ୍ରାନ୍ତ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବାରୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । ଜଣେ ଅଧିକାରୀ କହିଛନ୍ତି, ଜେଏନ୍‌.୧ ସବ-ଭାରିଆଣ୍ଟର ପ୍ରଥମ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ କିଛି ଦିନ ମଧ୍ୟରେ ସଂକ୍ରମଣରୁ ସୁସ୍ଥ ହୋଇଥିଲେ । ଦିଲ୍ଲୀ ବାହାରେ ଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ନିଶ୍ଚିତ ହୋଇଥିଲା । ଅଦ୍ୟାବଧି ଅଧିକାଂଶ ଆକ୍ରାନ୍ତ ଘରେ ଆଇସୋଲେଶନରେ ରହି ସୁସ୍ଥ ହୋଇଯାଇଛନ୍ତି ।

 

Related posts

ଆଲାଏନ୍ସ ଏୟାରକୁ ସରକାର ଦେବେ ୩୦୦ କୋଟି ପାଣ୍ଠି

mahabharatanews

କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତାକୁ କରିବାକୁ ଶଶୀ ଥରୁର ଆଗ୍ରହୀ

mahabharatanews

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

mahabharatanews