ଓଡିଶା

ରାଉରକେଲାରୁ ଉଡ଼ିବ ନାହିଁ ବିମାନ 

(ରାଉରକେଲା) : ୧୪ ତାରିଖ ପର୍ଯ୍ୟନ୍ତ ରାଉରକେଲାରୁ ବିମାନ ଉଡ଼ିବ ନାହିଁ ବୋଲି ଘୋଷଣା କରିଛି। ବର୍ଷ ଆରମ୍ଭରୁ ଘନ କୁହୁଡ଼ି ପାଇଁ ୭ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ବର ଓ ରାଉରକେଲା-କୋଲକାତା ବିମାନ ଉଡ଼ିବ ନାହିଁ ବୋଲି ଘୋଷଣା କଲେ। ଆଜି ବିମାନ କମ୍ପାନି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଉରକେଲାରୁ ବିମାନ ଉଡ଼ିବ ନାହିଁ ବୋଲି ଘୋଷଣା କରିଛି।

ଘୋଷଣା ଅନୁଯାୟୀ ଗତ ମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଉରକେଲା-କୋଲାକାତା ସିଧାସଳଖ ବିମାନସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ୧୪ ତାରିଖ ପରେ ବିମାନ ପୁଣି ଉଡ଼ିବ କି ନାହିଁ, କାହାରି ପାଖରେ ତାର ଉତ୍ତର ନାହିଁ। କୁହୁଡ଼ି ମଧ୍ୟରେ କିପରି ବିମାନକୁ ଠିକ୍‌ ଭାବେ ଅବତରଣ କରାଯାଇ ପାରିବ, ସେଥିପାଇଁ ଭୁବନେଶ୍ବର ବିମାନବନ୍ଦରରେ ୪ ଜଣ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍‌ (ଏଟିସି)ଙ୍କୁ ତାଲିମ ଦିଆଯାଉଛି। ଚାରି ଏଟିସିଙ୍କ ମଧ୍ୟରୁ ଦୁଇଜଣ ଖୁବ୍‌ ଶୀଘ୍ର ରାଉରକେଲା ଆସିବେ।

Related posts

ତିର୍ତ୍ତୋଲ ବ୍ଲକରେ ୩ କୋଟିରୁ ଅଧିକ ଟଙ୍କା ହେରଫେର, ଦୁଇ ପୂର୍ବତନ ସରକାରୀ କର୍ମଚାରୀ ଗିରଫ

mahabharatanews

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

mahabharatanews

ଭଦ୍ରକ ଉପଜିଲ୍ଲାପାଳ କରୋନା ପଜିଟିଭ

mahabharatanews