ମନୋରଞ୍ଜନ

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ରସିଦ ଖାନ 

(ମୁମ୍ବାଇ) :  ପରଲୋକରେ  ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ରସିଦ ଖାନ । ପ୍ରୋଷ୍ଟେଟ୍ କର୍କଟରୋଗରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୫୫ ବର୍ଷୀୟ ଏହି କଳାକାର ଭେଣ୍ଟିଲେଟରରେ ଥିଲେ ଏବଂ ଅକ୍ସିଜେନ୍ ସପର୍ଟ ନେଉଥିଲେ।

ସୂଚନାନୁଯାୟୀ , ରସିଦ ଖାନଙ୍କ ବିୟୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହା ସମଗ୍ର ଦେଶ ଏବଂ ସମଗ୍ର ସଙ୍ଗୀତ ଜଗତ ପାଇଁ ଏକ ବଡ଼ କ୍ଷତି। ମୁଁ ବହୁତ ଯନ୍ତ୍ରଣାରେ ଅଛି କାରଣ ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ପଦ୍ମ ଭୂଷଣ ରସିଦ ଖାନ ଆଉ ନାହାନ୍ତି। ଗତ ମାସରେ ମସ୍ତିଷ୍କଘାତ ପରେ ସଙ୍ଗୀତଜ୍ଞଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ପ୍ରଥମେ ସେ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ପରେ ସେ କୋଲକାତାରେ ନିଜର ଚିକିତ୍ସା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ।

Related posts

ଏଲଭିଶ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜୁ

mahabharatanews

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ 

mahabharatanews

ବଲିଉଡରେ ଡେବ୍ୟୁ କରିବେ ଉର୍ଫି

mahabharatanews