ଓଡିଶା

ସୁସ୍ଥ ହେବା ପରେ ଆଜି ମେଡିକାଲରୁ ଡିସଚାର୍ଜ ହୋଇଛ ବିଜୟିନୀ

ସମ୍ପଲପୁର: ଡିସଚାର୍ଜ ହୋଇଛି ବିଜୟିନୀ । ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ବିଜୟିନୀ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଆଜି ଭିମସାର ମେଡିକାଲରୁ ଡିସଚାର୍ଜ ହୋଇଛି । ବର୍ତ୍ତମାନ ବିଜୟିନୀକୁ ଶିଶୁ ଗୃହକୁ ନିଆଯିବା ନେଇ ସୂଚନା ରହିଥିବା ବେଳେ ସେ ଗତ ମାସେ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲା ।
ସୂଚନା ଅନୁସାରେ ଗତ ଡିସେମ୍ବର ମାସ ୧୨ ତାରିଖରେ ଲାରିପାଲି ନିକଟକରେ ଥିବା ଏକ ବୋରୱେଲରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଥିଲା। ଜନ୍ମ ହେବାର ପ୍ରାୟ କିଛି ଘଣ୍ଟା ପରେ କେହି ତାକୁ ବୋରୱେଲରେ ଫିଙ୍ଗି ଦେଇଥିଲା। ଶିଶୁଟିର କାନ୍ଦ ଶିଶୁ କିଛି ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଦୀର୍ଘ ୬ ଘଣ୍ଟା ପରେ ବିଜୟିନୀକୁ ଉଦ୍ଧାର କରାଯାଇଥିଲା। ପରେ ଶିଶୁକନ୍ୟାଟିକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

Related posts

ଆଜି ପହିଲି ରଜ,ଚଳଚଞ୍ଚଳ ଗାଁ ରୁ ସହର

mahabharatanews

ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ

mahabharatanews

୪ ଦିନିଆ ଓଡ଼ିଶା ଗସ୍ତରେ ଆରଏସଏସ ମୁଖ୍ୟ ମୋହନ ଭଗବତ

mahabharatanews