ଓଡିଶା

ଆଜି ଏବଂ ୨୨ରେ ମଦ ଦୋକାନ ବନ୍ଦ

(ପୁରୀ) : ଆଜି ଅର୍ଥାତ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି । ଏଥିସହ ଜାନୁଆରୀ ୨୨ରେ ଅଯୋଦ୍ଧା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଆଉ ଏହି ଦିନ ବନ୍ଦ ରହିବ ଜିଲ୍ଲାର ସବୁ ମଦ ଦୋକାନ । ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

ସୂଚନାନୁଯାୟୀ , ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ଓ ରାମମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି ।ବିଭିନ୍ନ ସ୍ଥାନରେ ଭିଡ ଓ ଆଧ୍ୟାତ୍ମିକ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୌହାର୍ଦ୍ଦ ବଜାୟ ରଖିବା ପାଇଁ ଓଡିଶା ଅବକାରୀ ଆଇନ ୨୦୦୮ର ସେକ୍ସନ ୨୬(୧) ଆଧାରରେ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ୧୭ ଓ ୨୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡ଼ି, ଦେଶୀ ମଦ ଦୋକାନ ବନ୍ଦ ରହିବ । ଏମିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପାଇଁ ଜାନୁଆରୀ ୧୭ରେ ବନ୍ଦ ରହୁଥିବାବେଳେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨ରେ ବନ୍ଦ ରହିବ ।

Related posts

ସୁବର୍ଣ୍ଣପୁରରେ ନୂତନ ଜିଲ୍ଲାପାଳ ଯୋଗଦେବା ପରେ ଚଳଚଞ୍ଚଳ ହୋଇଛି ସମସ୍ତ ସରକାରୀ କାର୍ଯ୍ୟାଳୟ…

mahabharatanews

ଅଖିଳ ଉତ୍କଳ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ…

mahabharatanews

ଟନେଲ୍‌ କାମ ବେଳେ ଧସିଲା ମାଟି ଅତଡା, ଦୁଇ ଶ୍ରମିକଙ୍କ ମୃତ୍ୟୁ

mahabharatanews