ଭାରତ

ମଣିପୁର ହିଂସା: ପୁଣି କର୍ଫ୍ୟୁ ଲାଗୁ

(ମଣିପୁର) :  ଦିନକୁ ଦିନ ମଣିପୁରରେ ଥମୁନି ହିଂସା । ମଣିପୁର ଥୌବଲ ଜିଲ୍ଲାରେ କିଛି ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ କରିଛନ୍ତି । ଯେଉଁଥିରେ ୩ ଜଣ ବିଏସଏଫ୍ ଯବାନ ଆହତ ହୋଇଥିବା ନେଇ ସୂଚନା ରହିଛି । ଫଳରେ ପୁଣି କର୍ଫ୍ୟୁ ଲାଗୁ ହୋଇଛି । ଏନେଇ ମଣିପୁର ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ।

ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବୁଧବାର ଦିନ ବିଳମ୍ବିତ ରାତିରେ କିଛି ଲୋକ ଏକ ବିରୋଧ ପ୍ରଦର୍ଶନ କରିଥିଲେ ଯାହା ମଧ୍ୟରୁ କିଛି ବନ୍ଧୁକଧାରୀ ଥୌବଲ ପୋଲିସ ହେଜ୍ ଅଫିସରେ ପସି ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ଜବାବ ଦେଇଥିଲେ । ଥୌବଲ ଜିଲ୍ଲା ଖଙ୍ଗାବୋକରେ ତୃତୀୟ ଭାରତୀୟ ରିଜର୍ଭ ବଟାଲିଅନ ଉପରକୁ ବନ୍ଧୁକଧାରୀମାନେ ଟାର୍ଗେଟ୍‌ କରିଥିବା ନେଇ ସୂଚନା ରହିଛି ।

Related posts

ପ୍ରେମିକା ହାତରେ ଚାଲିଗଲା ପ୍ରେମିକ ଜୀବନ

mahabharatanews

ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା

mahabharatanews

ଆପ କାର୍ଯ୍ୟାଳୟ ଖାଲି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

mahabharatanews