ଭାରତ

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

(ଦିଳ୍ଲୀ) : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଟା କରାଯିବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରାମ ଜନ୍ମ ଭୂମି ମନ୍ଦିରରେ ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ କରିଛନ୍ତି । ପିଏମ ମୋଦୀଙ୍କ ଦ୍ୱାରା ପ୍ରକାଶ କରିଥିବା ଏହି ଡାକ ଷ୍ଟାମ୍ପର ଡିଜାଇନରେ ରାମ ମନ୍ଦିର, ଚୌପାଇ, ମଙ୍ଗଲ ଭବନ ଅମଙ୍ଗଲ ହାରି, ସୂର୍ଯ୍ୟ, ସାରୁ ନଦୀ ଏବଂ ମନ୍ଦିର ଚାରିପାଖରେ ଥିବା ମୂର୍ତ୍ତି ରହିଛି । ଏହା ବ୍ୟତୀତ ସେ ସମଗ୍ର ବିଶ୍ୱରେ ଭଗବାନ ଶ୍ରୀ ରାମଙ୍କ ଉପରେ ଜାରି ଷ୍ଟାମ୍ପଗୁଡିକର ଏକ ବୁକଲେଟ୍ ମଧ୍ୟ ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ , ଉନ୍ମୋଚିତ ହୋଇଥିବା ଏହି ବୁକ୍‌ଲେଟରେ ୪୮ଟି ପୃଷ୍ଠା ରହିଥିବା ବେଳେ ୨୦ଟି ଦେଶର ଟିକେଟ ରହିଛି । ପ୍ରଧାନମନ୍ତ୍ରୀ ମୋଦି ସମୁଦାୟ ୬ଟି ଡାକ ଟିକଟ ଉନ୍ମୋଚନ କରିଥିବା ବେଳେ ଏଥିରେ ଭଗବାନ ଗଣେଶ, ହନୁମାନ, ଜଟାୟୁ, କେବଟରାଜ ଏବଂ ଶବରୀକୁ ସାମିଲ କରାଯାଇଛି । ଡାକ ଟିକେଟ ଏବଂ ପୁସ୍ତକ ଉନ୍ମୋଚନ କରିବା ସମୟର ମୋଦି ପ୍ରଧାନମନ୍ତ୍ରୀ କହିଛନ୍ତି, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅଭିଯାନ ସହିତ ଜଡ଼ିତ ଏକ କାର୍ଯ୍ୟକ୍ରମରେ ଯୋଡ଼ି ହେବାର ସୌଭାଗ୍ୟ ମିଳିଲା ।

Related posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା

mahabharatanews

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

mahabharatanews