ଭାରତ

ଗୋଟିଏ ଫ୍ରେମରେ ଅମ୍ବାନୀଙ୍କ ପୂରା ପରିବାର

(ଅଯୋଧ୍ୟା) : ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶର ଅନେକ ଶିଳ୍ପପତିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୂରା ପରିବାର ସହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା।  ତେବେ ପୁରା ପରିବାରଙ୍କୁ ଗୋଟିଏ ଫ୍ରେମରେ ଦେଖି ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।

ସୂଚନାନୁଯାୟୀ , ପୂରା ପରିବାର କଡ଼ା ସୁରକ୍ଷାର ସହ ବିମାନବନ୍ଦରରୁ ଯାଇ ମନ୍ଦିରରେ ପହଞ୍ଚିଥିଲେ। ମୁକେଶଙ୍କ ସହ ତାଙ୍କ ପତ୍ନୀ ନୀତା ଅମ୍ବାନୀ, ଝିଅ ଇଶା ଅମ୍ବାନୀ, ଜ୍ବାଇଁ ଆନନ୍ଦ ପରିମଲ, ପୁଅ ଆକାଶ ଓ ଅନନ୍ତ ଅମ୍ବାନୀ ଓ ବୋହୂ ‌ଶ୍ଳୋକା ମେହେଟା ଉପସ୍ଥିତ ଥିଲେ। ପୂରା ପରିବାର ଭଗବାନ ରାମଙ୍କ ଦର୍ଶନ କରିଛନ୍ତି। ମୁକେଶଙ୍କ ପରିବାରକୁ ଖୁବ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି। ପୂରା ପରିବାର ପକ୍ଷରୁ ଅମ୍ବାନୀ ରାମ ମନ୍ଦିର ଟ୍ରଷ୍ଟ୍‌କୁ ୨.୫୧ କୋଟି ଟଙ୍କା ଦାନ କରିଛନ୍ତି।

Related posts

ମଣିପୁର ଲଜ୍ୟା : ଭିଡ଼ିଓଟି ସୋସିଆଲ ମିଡିଆରେ ସେୟାର ନକରିବାକୁ ସରକାରଙ୍କ ନିର୍ଦ୍ଦେଶ

mahabharatanews

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

mahabharatanews

କରିନିଅନ୍ତୁ ଜରୁରୀ କାର୍ଯ୍ୟ: ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

mahabharatanews