(କଳାହାଣ୍ଡି) : କଂଗ୍ରେସରେ ଯୋଗଦେଲେ ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବନୀପାଟଣାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ କଂଗ୍ରେସରେ ସାମିଲ ହୋଇଛନ୍ତି । ଆସନ୍ତାକାଲି କଂଗ୍ରେସରେ ଯୋଗଦେବେ ବଳଭଦ୍ର ମାଝୀ ଏହୀ ପୂର୍ବରୁ ଜାନୁଆରୀ 8 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର । ସେ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଦୁଇ ଥର ମନ୍ତ୍ରୀ ମଧ୍ୟ ରହିଛନ୍ତି । ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ ଆସନରୁ ଥରେ ବିଜୟୀ ହୋଇଥିଲେ ।
ସୂଚନାନୁଯାୟୀ , ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ଉପସ୍ଥିତିରେ ବଳଭଦ୍ର କଂଗ୍ରେସରେ ସାମିଲ ହୋଇଛନ୍ତି । ନିଜ ଅଞ୍ଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହେଉଥିବା କହିଛନ୍ତି ବଳଭଦ୍ର ମାଝୀ । ତେବେ 2019 ରେ ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା ।