ଓଡିଶା

ରାଜ୍ୟରେ ଜାରି ରହିଛି ଶୀତ

(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ । ବିଶେଷ କରି ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ଟିକେ ଅଧିକ ଦେଖିବାକୁ ମିଳୁଛି।  ଦୁଇ ଦିନ ପରେ ରାଜରେ ଶୀତ କମିପାରେ ଏବଂ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନାନୁଯାୟୀ , ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଥଣ୍ଡାର ପରିମାଣ ବୃଦ୍ଧି ପାଇବ । ଅନ୍ୟପଟେ ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଘନକୁହୁଡ଼ି ଦୃଶ୍ୟମାନ ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେହିପରି ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଥଣ୍ଡାର ପରିମାଣ ବୃଦ୍ଧି ପାଇବ । ଅନ୍ୟପଟେ ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଘନକୁହୁଡ଼ି ଦୃଶ୍ୟମାନ ହେବ।

Related posts

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

mahabharatanews

କଂଗ୍ରେସରେ ଯୋଗଦେଲେ ବଳଭଦ୍ର ମାଝୀ 

mahabharatanews

ଡ଼ରାଇଲାଣି ଡେଙ୍ଗୁ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮୨କୁ ବୃଦ୍ଧି 

mahabharatanews