ମନୋରଞ୍ଜନ

‘ବିଗ୍‌ ବସ୍‌ ୧୭’ବିଜେତା ମୁନୱର୍‌ ଫାରୁକୀ

(ମୁମ୍ବାଇ) : ରବିବାର ଦିନ ଷ୍ଟାଣ୍ଡ୍‌-ଅପ୍‌ କମେଡିୟାନ୍‌ ମୁନୱର୍‌ ଫାରୁକୀଙ୍କୁ ବିବାଦୀୟ ରିୟାଲିଟି ସୋ’ ‘ବିଗ୍‌ ବସ୍‌ ୧୭’ର ବିଜେତା ଘୋଷଣା କରାଯାଇଛି। ବଲିଉଡ୍‌ ଅଭିନେତା ସଲ୍‌ମନ୍‌ ଖାନ୍‌ ୩୨ ବର୍ଷିୟ ଫାରୁକୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ପୁରସ୍କାର ବାବଦରେ ଫାରୁକୀଙ୍କୁ ମିଳିଛି ଏକ ଟ୍ରଫି, ୫୦ ଲକ୍ଷ ଟଙ୍କା ଓ ଗୋଟାଏ ନୂଆ ହୁଣ୍ଡାଇ କ୍ରେଟା କାର୍‌।

ସୂଚନାନୁଯାୟୀ , ‘ବିଗ୍‌ ବସ୍‌ ୧୭’ ପ୍ରାରମ୍ଭରୁ ହିଁ ମୁନୱାର୍‌ ଚର୍ଚ୍ଚିତ ହୋଇ ଆସିଥିଲେ। ଏହି ସୋ’ରେ ସେ ଅନେକ ପ୍ରତିବନ୍ଧକ ଏଡ଼ାଇବାରେ ସଫଳ ହୋଇଥିଲେ। ଏହାଛଡ଼ା, ଏଥିରେ ସେ ତାଙ୍କ ଜୀବନ, ପୂର୍ବତନ ସ୍ତ୍ରୀ ଓ ପୁଅଙ୍କ ବିଷୟରେ ଅନେକ କଥା କହିଥିଲେ। ଏହି ରିୟାଲିଟି ସୋ’ର ଫିନାଲେରେ ଅଂଶ ଗ୍ରହଣ କରିଥିବା ଅନ୍ୟମାନେ ହେଉଛନ୍ତି, ଅଭିନେତା ମନାରା ଚୋପ୍ରା, ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରୁଣ ଶ୍ରୀକାନ୍ତ ମହାସେଟ୍ଟୀ।

Related posts

ଟାଇଗରଙ୍କ ଫିଲ୍ମ ‘ଗଣପତ’ର ଟିଜର ରିଲିଜ

mahabharatanews

 ପୁଣି ଏକାଠି ନଜର ଆସିଲେ ସୁସ୍ମିତା ଓ ତାଙ୍କ ପ୍ରେମିକ 

mahabharatanews

‘ଦି କେରଳ ଷ୍ଟୋରୀ’ ପରେ ଆସୁଛି ‘ବସ୍ତର’

mahabharatanews