ମନୋରଞ୍ଜନ

ସରିଲା ଅଭିନେତା ପୁଲକିତ ଓ କ୍ରିତିଙ୍କ ନିର୍ବନ୍ଧ

(ମୁମ୍ବାଇ) : ବଲିଉଡ ଅଭିନେତା ପୁଲକିତ ସମ୍ରାଟ ଏବଂ ଅଭିନେତ୍ରୀ କ୍ରିତି ଖରବନ୍ଦା ଏବେ ଏବେ ସାରିଛନ୍ତି ନିର୍ବନ୍ଧ । ଏହି ଷ୍ଟାର କପଲ୍ ପ୍ରାୟ ୪ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ଉଭୟଙ୍କ Engagement ଖୁବ୍ ଗୁପ୍ତରେ ଜଣେ ବନ୍ଧୁକ ଘରେ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ପୁଲକିତ ସମ୍ରାଟ ଏବଂ କ୍ରିତିଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନାନୁଯାୟୀ , ଭାଇରାଲ ଫଟୋରେ କ୍ରିତି ନିଜ ନିର୍ବନ୍ଧ ମୁକ୍ତି ଦେଖାଉଥିବାର ନଜର ଆସୁଛନ୍ତି । ଏହାସହ ସେ ବେଶ୍ ରୋମାଣ୍ଟିକ ଅନ୍ଦାଜରେ ପୁଲକିତଙ୍କ ସହ ଠିଆ ହୋଇଥିବାର ଦେଖିବାକୁ ମିଳୁଛି ଏହାସହ ଉଭୟଙ୍କ ସହ ପରିବାର ସଦସ୍ୟ ଏବଂ କିଛି ବନ୍ଧୁ ମଧ୍ୟ ଫଟୋରେ ନଜର ଆସୁଛନ୍ତି । ଏହି ଫଟୋ ରିୟା ଲୁଥ୍ରା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ଫଟୋ ସେୟାର କରି ରିୟା କ୍ୟାପସନରେ ଲେଖିଛନ୍ତି – ଫ୍ୟାମ ଜାମ! ଏହି ଫଟୋଗୁଡ଼ିକରେ କ୍ରିତି ଏବଂ ପୁଲକିତ ନିଜ ସାଙ୍ଗମାନଙ୍କ ସହିତ ବେଶ୍ ଖୁସ ନଜର ଆସୁଛନ୍ତି ।

Related posts

“ମେନକା ଗାନ୍ଧି ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ” : ଏଲଭିଶଙ୍କ ବାପା

mahabharatanews

ଏକା ସଙ୍ଗେ ଆସିବାକୁ ଯାଉଛନ୍ତି ଖାନ୍ ବ୍ରଦର୍ସ

mahabharatanews

କପିଲ ଶର୍ମା ସୋରେ ନଜର ଆସିବେ ଅନ୍ତର୍ଜାତୀୟ କ୍ରିକେଟର

mahabharatanews