ଭାରତ

ମହମରେ ବାବା ରାମଦେବ

(ଦିଲ୍ଲୀ) :   ଚର୍ଚାରେ ଯୋଗଗୁରୁ ବାବା ରାମ ଦେବ  । ନ୍ୟୁୟର୍କର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯିବ । ଗତ ୬ ବର୍ଷ ଧରି ବାବାଦେବଙ୍ଗ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ମଙ୍ଗଳବାର ଦିନ ଦିଲ୍ଲୀର ଏକ ହୋଟେଲରେ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଛି ।

ସୂଚନାନୁଯାୟୀ,  ତେବେ ବାବା ରାମ ଦେବ ଭାରତର ପ୍ରଥମ ସନ୍ୟାସୀ ଭାବେ ଏଥିରେ ସ୍ଥାନ ପାଇଛନ୍ତି । ମ୍ୟାଡମ୍ ତୁଷାଦ ମ୍ୟୁଜିୟମରେ ବାବା ରାମଦେବଙ୍କ ବୃକ୍ଷାସନ ପୋଜରେ ବସିଥିବାର ପ୍ରତିମୂର୍ତ୍ତି ଦେଖିବା ପାଇଁ ମିଳିବ । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବାବା ରାମଦେବ ନିଜେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି ବର୍ତ୍ତମାନ ଏହି ପ୍ରତିମୂର୍ତ୍ତି ନ୍ୟୁୟର୍କକୁ ପଠାଯିବ । ରାମଦେବ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଖୁସିବ୍ୟକ୍ତ କରି କହିଛନ୍ତି। ଏହି ମହମ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ପ୍ରାୟ ୬ ରୁ ୮ ମାସର ସମୟ ଲାଗିଥିଲା ଏବଂ ପ୍ରାୟ ୧.୫ ରୁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସୂଚନା ରହିଛି ।

Related posts

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

mahabharatanews

ଏପଟେ ଚାଲୁଥିଲା ପୁଅର ଅସ୍ତ୍ରୋପଚାର, ସେପଟେ ଷ୍ଟେଜରେ ଭାଷଣ ଦେଉଥିଲେ ମଲ୍ଲିକାର୍ଜୁନ ଖାର୍ଗେ

mahabharatanews

ବହୁମତ ସାବ୍ୟସ୍ତ ପାଇଁ ଉଦ୍ଦବ ଓ ଏକନାଥଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

mahabharatanews