ଭାରତ

ଏଣିକି ଅଯୋଧ୍ୟାକୁ ସିଧାସଳଖ ବିମାନ ସେବା  

(ଅଯୋଧ୍ୟା) : ରାମ ମନ୍ଦିର ଉଦଘାଟନ ହେବା ପରେ ଦେଶ ତଥା ବିଶ୍ୱର ବହୁ ସଂଖ୍ୟାରେ ଭକ୍ତ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଅଯୋଧ୍ୟାରେ ପହଞ୍ଚିବା ପାଇଁ ଏୟାର ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁବିଧା ସୁଗମ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୧ ଫେବୃଆରୀ ୨୦୨୪ ରୁ ୮ ଟି ନୂତନ ବିମାନ ମାର୍ଗ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି ।
ସୂଚନାନୁଯାୟୀ , ଏହି ନୂତନ ବିମାନ ମାର୍ଗ ଅଯୋଧ୍ୟାକୁ ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ପାଟନା, ଦରଭଙ୍ଗା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ସଂଯୋଗ କରିବ । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବା ଉଦ୍ଘାଟନ କରିବେ ଏବଂ ସ୍ପାଇସ୍ ଜେଟ୍ ବିମାନ ନୂତନ ମାର୍ଗରେ ଉଡ଼ିବ । ନିକଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅଯୋଧ୍ୟା ଠାରୁ ବେଙ୍ଗାଲୁରୁ ଏବଂ କୋଲକାତା ପର‌୍ୟ୍ୟନ୍ତ ନୂତନ ରୁଟ ଘୋଷଣା କରିଥିଲା, ଯାହା ଅନୁଯାୟୀ ଜାନୁଆରୀ ୧୭ ରୁ ନୂତନ ରୁଟ ଆରମ୍ଭ ହୋଇଥିଲା । ଏହି ମାର୍ଗଗୁଡ଼ିକରେ ବିମାନ ସେବା ସିଧାସଳଖ ବିମାନ ଚଳାଚଳ କରୁଛି ।

Related posts

ମିଳିଲା ଅନୁମତି ,୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

mahabharatanews

ବର୍ଷା ବିତ୍ପାତ, ୬ ଜିଲ୍ଲାରେ ସ୍କୁଲ ବନ୍ଦ 

mahabharatanews

ଆପ ନେତା ଆତିଶୀଙ୍କ ଘରେ କ୍ରାଇମବ୍ରାଞ୍ଚ୍ 

mahabharatanews