ଓଡିଶା

ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ଡକ୍ଟର ଗିରିଧର ଗମାଙ୍ଗ

(ଭୁବନେଶ୍ୱର) : ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ଡକ୍ଟର ଗିରିଧର ଗମାଙ୍ଗ। କେବଳ ସ୍ତ୍ରୀ ହେମା ଓ ପୁଅ ଶିଶିର ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସ୍ଥିର କରିଛନ୍ତି ଗମାଙ୍ଗ ପରିବାର। ଗୁଣୁପୁର ବିଧାନସଭା ଆସନ ଉପରେ ହେମାଙ୍କ ନଜର ରହିଛି।

ସୂଚନାନୁଯାୟୀ , ନବରଂଗପୁର ଲୋକସଭା ଆସନକୁ ଆଖେଇଛନ୍ତି ଶିଶିର। ନିକଟରେ ଗମାଙ୍ଗ ପରିବାର କଂଗ୍ରେସକୁ ଫେରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ଗୁଣୁପୁରରେ ବିଜେଡିର ରଘୁନାଥ ଗମାଙ୍ଗ ୪୮ ହଜାରରୁ ଅଧିକ ଭୋଟ ପାଇଥିଲେ। ସେହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ଗମାଙ୍ଗ ୪୨ ହଜାରରୁ ଅଧିକ ଭୋଟ ପାଇ ନିର୍ବାଚନ ହାରିଥିଲେ। ଏଣୁ ଗୁଣୁପୁରରେ ଦଳର ସେଭଳି କୌଣସି ବଡ଼ ଦାବିଦାର ନଥିଲେ।

Related posts

ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି

mahabharatanews

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ

mahabharatanews

ଆହତ ପଶୁଙ୍କୁ ଟାଣି ଆଣିବାକୁ ପଡ଼ୁଛି, ବଢ଼ୁଛି ଯନ୍ତ୍ରଣା

mahabharatanews