ବିଶ୍ୱ

ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ୧୪ବର୍ଷ ଜେଲ୍ ଦଣ୍ତାଦେଶ

(ପାକିସ୍ତାନ): ତୋସାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ବର୍ଷ ଜେଲ୍ ଦଣ୍ତାଦେଶ ହୋଇଛି । ଏହି ରାୟ ଘୋଷଣା କରି ପାକିସ୍ତାନର ଉତ୍ତରଦାୟିତ୍ୱ ଅଦାଲତର ବିଚାରପତି ମହମ୍ମଦ ବଶୀର ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୦ ବର୍ଷ ପାଇଁ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରିଥିବାବେଳେ ଏହି ଦମ୍ପତିଙ୍କ ଉପରେ ୭୮.୭ ଟଙ୍କା ଜରିମାନା ଲାଗୁ କରାଯାଇଛି । ଫେବୃଆରୀ ୮ ସାଧାରଣ ନିର୍ବାଚନର ଆଠ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ , ତୋଶାଖାନା ମାମଲାରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପତ୍ନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବୁଶ୍ରା ବିବି ଆଜି କୋର୍ଟରେ ହାଜର ହୋଇନଥିଲେ । ଗତ ମାସରେ ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ସାଉଦି କ୍ରାଉନ ପ୍ରିନ୍ସଙ୍କଠାରୁ ମିଳିଥିବା ଏକ ଅଳଙ୍କାର ସେଟକୁ ରଖିବା ପାଇଁ ଉତ୍ତରଦାୟୀ କୋର୍ଟରେ ଏକ ନୂତନ ଅଭିଯୋଗ ଦାଖଲ କରିଥିଲା। ।

Related posts

ଦିଲ୍ଲୀ ବିସ୍ଫୋରଣ ମାମଲାରେ ନୂଆ ସୁରାକ! ଲାଲ ଇକୋସ୍ପୋର୍ଟକୁ ଖୋଜୁଛି ରାଜଧାନୀରେ ପାଞ୍ଚଟି ଦଳ

mahabharatanews

ବିଫଳ ହେଲା ଜାପାନର ହାକୁତୋ-ଆର ମିଶନ୍ -୧

mahabharatanews

ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି

mahabharatanews