ଓଡିଶା

ଶାବର ଶ୍ରୀକ୍ଷେତ୍ରରୁ ମହାବାହୁଙ୍କ ପାଇଁ କଳାଜିରା ଚାଉଳ

(ପୁରୀ) : ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଜଗନ୍ନାଥ ମନ୍ଦିରକୁ ଆସୁଛି କଳାଜିରା ଚାଉଳ । ଏହି ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଥିବା ଏହି କୋରାପୁଟ ଜିଲ୍ଲାର କଲାଜିରା ଚାଉଳକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ।  ୧୨ ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।

ସୂଚନାନୁଯାୟୀ , ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆୟୋଜକ । କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତ ମାନର । ତେଣୁ ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି । ନିକଟରେ ଜିଆଇ ଟ୍ୟାଗ୍ ହାସଲ କରିଥିଲା କୋରାପୁଟ ଜିଲ୍ଲାରେ ଉତ୍ପାଦିତ କଳାଜିରା ଚାଉଳ ।

Related posts

ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି

mahabharatanews

ଲାଞ୍ଜିଗଡ: ଅଜଣା ରୋଗରେ ୪ ମୃତ

mahabharatanews

ଓଡିଶା ଉପରେ ବିଜେପିର ନଜର

mahabharatanews