ଓଡିଶା

 ଘନ କୁହୁଡ଼ି : ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି

(ଭୁବନେଶ୍ୱର) :  କଲବଲ କରୁଛି କୁହୁଡ଼ି । ଚାରିଆଡ଼େ କୁହୁଡ଼ିରେ ଢାଙ୍କି ହୋଇ ରହୁଛି ଆକାଶ । ଆଜି ରାଜ୍ୟର ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏହା ସହ ରାଜ୍ୟର ଅନେକ ଅଞ୍ଚଳରେ କୁହୁଡ଼ି ଆସ୍ତରଣ ପଡ଼ିରହୁଛି । ବିଶେଷ କରି ଭୋର୍ ସମୟରେ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଘନ କୁହୁଡି ଅନୁଭୂତ ହେଉଛି । ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି । ସେପଟେ କୁହୁଡି ପାଇଁ ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ସୂଚନାନୁଯାୟୀ , ୧୦୦ମିଟର ଆଗକୁ କିଛି ଦେଖାଯାଉନାହିଁ । ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି । ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।

Related posts

ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ଘର ବାହୁଡା ପାଇଁ ବନ୍ଦେ ଭାରତ ମିଶନ

mahabharatanews

ଅଭିନେତା ସବ୍ୟସାଚୀଙ୍କୁ ବାଲୁକାକଳାରେ ପ୍ରଶଂସା

mahabharatanews

ସାବଧାନ ବୁଲୁଛି ମହାବଳ

mahabharatanews