ସୁବର୍ଣପୁର / ଓମ ପ୍ରକାଶ ମିଶ୍ର : ପୂରଣ ହେବ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ସ୍ୱପ୍ନ । ନୂତନ ଭାବେ ନିର୍ମାଣ ହୋଇଥୁବା ଜିଲ୍ଲା ଡାକ୍ତରଖାନା ନୂତନ କୋଠା ଆସନ୍ତା ୨୬ ତାରିଖରେ ଉଦ୍ଘାଟିତ ହେବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଏହା ଆଭାସୀ ମାଧ୍ୟମରେ ଏହା ଲୋକାର୍ପିତହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବାକି ରହି ଯାଇଥିବା ଛୋଟମୋଟ କାମକୁ ଦିନ ରାତି ଲାଗି ସଂପୂର୍ଣ କରାଯାଉଛି । ଏହି ମନୋରମ କୋଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ | ବର୍ତ୍ତମାନର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨୦ ଶଯ୍ୟାରହିଥିବା ବେଳେ ନବ ନିର୍ମିତ ଜିଲ୍ଲା ଡାକ୍ତରଖାନାରେ ୩୦୦ ଶଯ୍ୟା ବ୍ୟବସ୍ଥା କରାଯାଇଛି I ନୂତନ ଜିଲ୍ଲା ଡାକ୍ତରଖାନାରେ ସିଟି ସ୍କାନ, ନୂଆ ଏମର୍ଜେନ୍ସି ୟୁନିଟ, ଡାଏଲିସିସ, ଡିଆଇସି, ଏନଆରସି, ସେଣ୍ଟ୍ରାଲ ଲାବ, ସେଣ୍ଟ୍ରାଲ ଡାଇଗୋଷ୍ଟିକ୍ ୟୁନିଟ, ସ୍ବତନ୍ତ୍ର ସଂକ୍ରମଣ ୟୁନିଟ୍ ଆଦି ରହିଛି I ଡାକ୍ତରଖାନା ପରିସରରେ ଆହାର କେ କେନ୍ଦ୍ର ରହିବ । ଏହା ସହିତ ଏକ ମିଶନ ଶକ୍ତି କାଫେ ମଧ୍ଯ ଖୋଲିବ । ରୋଗୀଙ୍କ ସଂପର୍କୀୟଙ୍କ ପାଇଁ ୬୦ ଶଯ୍ୟା ବିଶିଷ୍ଟ ବିଶ୍ରାମାଗାର ମଧ୍ଯ ନିର୍ମାଣ ହୋଇଛି।
previous post