ଓଡିଶା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା କାର୍ଯ୍ୟକ୍ଷମ କରିବା ପାଇଁ ଘଣ୍ଟ ବଜାଇ ବିକ୍ଷୋଭ

ସୁବର୍ଣପୁର / ଓମ ପ୍ରକାଶ  ମିଶ୍ର   : ସହରର ପରିବର୍ତନ ପକ୍ଷରୁ ଘଣ୍ଟ ଶୋଭାଯାତ୍ରା କରାଯାଇଛି । ଜିଲ୍ଲା ପୂର୍ବତନ ବିଜେପି ସଭାପତି ତଥା ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ୱରେ ଏହିଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଆଗରେ ଘଣ୍ଟ ବଜାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜକୁ ଦୀର୍ଘ ୬ ମାସରୁ ଅଧିକ  ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ଶେଷ ହୋଇଥିଲେ ବି ତାହାର ଆନୁଷ୍ଠାନିକ ଉଦଘାଟନ କରାଯାଉନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ସମୟ ଘଣ୍ଟ ଶୋଭାଯାତ୍ରା  ଅଭାବରୁ ଏହି ନୂତନ କୋଠା ବ୍ୟବହାର ହୋଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଣା କୋଠାକୁ ସହରବାସୀଙ୍କ ପାଇଁ ଏକ ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ସହିତ ନୂତନ କୋଠାକୁ ଉଦଘାଟନ କରି ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି।ପ୍ରାୟ ଦଶନ୍ଧି ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାର ୧୮ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ।ପରବର୍ତ୍ତୀ ସମୟରେ ତାହାର ବ୍ୟୟ ଅଟକଳ ୫୫ କୋଟି ଟଙ୍କାକୁ ଛୁଇଁ ଥୁଲା।ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନୂତନ କୋଠାକୁ ସ୍ୱୟଂ ସମ୍ପୂର୍ଣ କରିବା ପାଇଁ ପୁଣି ଆବଶ୍ୟକ ଅନୁଦାନ ଯୋଗାଇ ଦେଇଥିଲେ।ତେବେ ନୂତନ କୋଠା ସମ୍ପୂର୍ଣ ହେବା ପରେ ଆଜକୁ ୬ ମାସରୁ ଅଧୁକ ସମୟ ବିତି ଯାଇଥିଲେ ବି ତାହା ଉଦଘାଟିତ ନ ହୋଇ ପଡି ରହିଛି ।ସେପଟେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ସ୍ୱାସ୍ଥ୍ୟ ଚିକିତ୍ସା ଓ ସେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ବେଶ ହଇରାଣର ସମ୍ମୁଖୀନ ହେଉଛନ୍ତି ।ଦିନକୁ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି। ତେଣୁ ତୁରନ୍ତ ନୂତନ କୋଠା କାର୍ଯ୍ୟକ୍ଷମ କରିବା ପାଇଁ ଘଣ୍ଟ ବଜାଇ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Related posts

୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ଓ୍ଵାର୍ଣ୍ଣିଂ ଜାରି

mahabharatanews

ଭଦ୍ରକରେ ଧାରା ୧୪୪

mahabharatanews

ଉଦ୍ଘାଟନୀ ଉତ୍ସବକୁ ଯାଇ ବିଧାୟକ ହଟହଟା

mahabharatanews