ଓଡିଶା

ମା ମର୍କାମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ:  ଆଜି ରାୟଗଡ଼ା ଜିଲ୍ଲା ବିଷମକଟକ ସଦର ମା ମାର୍କମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍  ସଚେତନତା କାର୍ଯ୍ୟକ୍ରମ ଆୟଜିତ ହୋଇଯାଇଛି । ଏଥିରେ ରେଡ଼କ୍ରସର ସ୍ବେଚ୍ଛା ସେଵୀ ସହ ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ଏଡସ ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏତତ୍ ବ୍ୟତୀତ  ଏଡସ୍ ସମ୍ପର୍କ ରେ ପ୍ରବନ୍ଧ ଲିଖନ  ଓ  ବକ୍ତୃତା ପ୍ରତିଯୋଗିତା ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉମା ଶଙ୍କର ନିମାଲପୁରୀ ଏଡସ୍ ସଚେତନତା ସମ୍ପର୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିବା ସହ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ  ଏବଂ ରାୟଗଡର ରେଡ କ୍ରସର ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡା ଏଡସ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବା ସହ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related posts

କରୋନା ମୁକାବିଲା: ଦୋକାନ ବଜାର ବନ୍ଦ

mahabharatanews

ପ୍ରବାଦ ପୁରୁଷଙ୍କ ଇହଲୀଳା ତ୍ୟାଗକୁ ପୁରିଛି ୨୬ ବର୍ଷ

mahabharatanews

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews