ଓଡିଶା

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର

(ଭୁବନେଶ୍ୱର) :  ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୩ ଦିନିଆ ଗସ୍ତରେ ଆସିଛନ୍ତି ରାଜୀବ । ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ରାଜୀବ କୁମାରଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି ।

ସୂଚନାନୁଯାୟୀ , ଭାରତର ମାନନୀୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ କୁମାରଙ୍କ ସହିତ ଭାରତର ମାନନୀୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀଯୁକ୍ତ ନିତେଶ ବ୍ୟାସ, ଉପ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ଭାରତର ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଓଡିଶା ଗସ୍ତରେ ଆସି ଆସନ୍ତା କାଲି ପୂର୍ବାହ୍ନରେ ପ୍ରଥମେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କ ସହିତ ନିର୍ବାଚନ ସମ୍ପର୍କୀତ ଆଦର୍ଶ ଆଚରଣ ବିଧିର ଯଥାଯଥ ପାଳନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରିବେ ।

Related posts

ଏନଆଇଟି ପରୀକ୍ଷା  ଅନଲାଇନରେ ହେବାକୁ ନିଷ୍ପତ୍ତି

mahabharatanews

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

ବସ ଓଲଟି ୫ ଗୁରୁତର ଆହତ

mahabharatanews