ଭାରତ

ଉତକ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍

(ଦିଲ୍ଲୀ) : ଆଜି ଉତକ୍ଷେପଣ ହେବ ଇସ୍ରୋର INSAT-3DS ସାଟେଲାଇଟ୍ । ଇସ୍ରୋର ଏହି ପାଣିପାଗ ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର ‘ନଟି ବୟ’ ବୋଲି କୁହାଯାଉଛି । କାଉନଡାଉନ୍ ଆରମ୍ଭ ହୋଇଯାଇଛି କିଛି ସମୟ ମଧ୍ୟରେ ଏହା ଲଞ୍ଚ୍ ହେବ । INSAT-3DS ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍।

ସୂଚନାନୁଯାୟୀ , ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫.୩୫ରେ ଇସ୍ରୋର ‘ନଟି ବୟ’ର ଉଦକ୍ଷେପଣ ହେବ । GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିକ କରାଯିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି । ଏହି ସାଟେଲାଇଟର ସଫଳ ଉତକ୍ଷେପଣ ହେବା ଦ୍ୱାରା ଭାରତୀୟ ପାଣିପାଗ ବିଭାଗକୁ ଆଗୁଆ ଏବଂ ସଠିକ ସୂଚନା ମିଳିପାରିବ । ଖାସ କରି ସ୍ଥଳ ଭାଗ ଏବଂ ଜଳ ଭାଗ ଉପରେ ନଜର ରଖିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି ।

Related posts

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫ

mahabharatanews

ଆଜି ହେବ ହେମାନ୍ତ ସୋରେନଙ୍କ ମାମଲାର ଶୁଣାଣି

mahabharatanews

“ମିଛ ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଥିବା ପ୍ରଧାନମନ୍ତ୍ରୀ”ଏପରି କହିଲେ ରାହୁଲ

mahabharatanews