ଓଡିଶା

ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 

(ଭୁବନେଶ୍ୱର) : ବଢ଼ିଲାଣି ଖରାର ପ୍ରକୋପ । ରାତିରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଛି ଆଗକୁ ରାତିର ତାପମାତ୍ରା ଆହୁରି ବଢ଼ିବ । ରାତିରେ ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ ତାପମାତ୍ରା ରହିବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁଯାୟୀ, ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ୬-୭ଦିନ ଯାଏଁ ଶୀତର କୌଣସି ସମ୍ଭାବନା ନାହିଁ । ଆହୁରି ତିନି ଡିଗ୍ରୀ ବଢିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ହେଲେ ଏପର୍ଯ୍ୟନ୍ତ କୁହୁଡିରୁ ନିସ୍ତାର ମିଳିନି । ଏବେବି ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ମଧ୍ୟ ଘନ କୁହୁଡ଼ି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ । ଏ ନେଇ ୪ଜିଲ୍ଲାକୁ ସତର୍କ କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର । ଗାଡି ଚଳାଚଳ ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପରାମର୍ଶ ଦିଆଯାଇଛି । ବାୟୁମଣ୍ଡଳରେ ଅଧିକ ଧୂଳିକଣା ଓ ଆର୍ଦ୍ରତା ଯୋଗୁ କୁହୁଡି ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୯ତାରିଖ ସକାଳ ୮.୩୦ଓ ୨୦ତାରିଖ ସକାଳ ୮.୩୦ ଯାଏଁ କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୋନପୁର, ବୌଦ୍ଧ, ପୁରୀ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର ଓ ସମ୍ବଲପୁରର ଗୋଟିଏ ଦୁଇ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ । ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Related posts

ଘୁମୁସରରେ ବାଘ ଗଣନା ଆରମ୍ଭ 

mahabharatanews

ମହା ଆଡମ୍ବରରେ ପାଳନ ହେଲା ପର୍ତ୍ତମାହା ମା ମେରୀଙ୍କ ପର୍ବ

mahabharatanews

ଦୁଇଟି କାର ମଧ୍ୟରେ ଧକ୍କା: ୪ ମୃତ

mahabharatanews