ଓଡିଶା

ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ଆସନ୍ତା ୨୩ ଓ ୨୪ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୩ ତାରିଖରୁ ୨୪ ତାରିଖ ସକାଳ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ,  ୨୪ରୁ ୨୫ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ଦୁଇ ଦିନ ମଧ୍ୟରେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ୧୪ଟି ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବାରୁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ୬-୭ଦିନ ଯାଏଁ ଶୀତର କୌଣସି ସମ୍ଭାବନା ନାହିଁ । ଆହୁରି ତିନି ଡିଗ୍ରୀ ବଢିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ହେଲେ ଏପର୍ଯ୍ୟନ୍ତ କୁହୁଡିରୁ ନିସ୍ତାର ମିଳିନି । ଏବେବି ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି ।

 

Related posts

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ

mahabharatanews

କୋଟପଡା ପିକଅପ ଭ୍ୟାନ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା

mahabharatanews

କରୋନାରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews