ଭାରତ

ରାହୁଲଙ୍କୁ ମିଳିଲା ଜାମିନ

(ଦିଲ୍ଲୀ) : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ମଙ୍ଗଳବାର ଉତ୍ତରପ୍ରଦେଶର ସୁଲତାନପୁରର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ସେ ୨୦୧୮ ମସିହାରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଏକ ଅପମାନସୂଚନ ଟିପ୍ପଣୀ ଦେଇଥିବାରୁ ତାଙ୍କ ନାମରେ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା। ସେହି ମାମଲା‌ରେ ଏବେ କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଏଥିସହ ରାହୁଲଙ୍କୁ ୨୫ ହଜାର ଟଙ୍କାର ବଣ୍ଡ ଜାମିନ ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ ,   ତାଙ୍କ ଭାଷଣ‌ରେ କହିଥିଲେ କି ବିଜେପିର ଯିଏ ସଭାପତି ଅଛନ୍ତି ଯେ ଜଣେ ହତ୍ୟା ଅଭିଯୁକ୍ତ। ସେ ସମୟରେ ବିଜେପିର ସଭାପତି ଅମିତ ଶାହା ଥିଲେ। ୨୦୧୮ ମସିହା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଗାନ୍ଧୀ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଆପତ୍ତିଜନକ କଥା କହିଥିଲେ। ବିଜେପି ନେତା ବିଜୟ ମିଶ୍ର ଅଭିଯୋଗ ଆଣିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କ ଟିପ୍ପଣୀ ଜରିଆରେ ଶାହାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି।

Related posts

ବରିଷ୍ଠ ଆଇଏଏସ ପୂଜା ସିଙ୍ଘଲଙ୍କ ଘରୁ କୋଟି କୋଟି ଟଙ୍କା ଜବତ

mahabharatanews

mahabharatanews

ଇମ୍ଫାଲରୁ ‘ଭାରତ ଯୋଡା ନ୍ୟାୟ ଯାତ୍ରା’ ଆରମ୍ଭ

mahabharatanews