ଭାରତ

ପୁଣି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ

(ଦିଲ୍ଲୀ) : ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସପ୍ତମ ଥର ସମନ ପଠାଇଛି । ଇଡି ତାଙ୍କୁ ଗୁରୁବାର ଅର୍ଥାତ୍ ଫେବ୍ରୁଆରୀ ୨୨ରେ ଏକ ସମନ ଜାରି କରି ଫେବ୍ରୁଆରୀ ୨୬ରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କହିଛି । ତେବେ ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ତରିଂ ଅଭିଯୋଗରେ ଇଡି ଆମ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚାରଉଚରା କରିବାପାଇଁ ସମନ ଜାରି କରିଛି ।

ସୂଚନାନୁଯାୟୀ , ଏହାପୂର୍ବରୁ କେଜ୍ରିୱାଲଙ୍କୁ ସୋମବାର, ୧୯ଫେବୃଆରୀ ୨୦୨୪ରେ ଇଡିରେ ହାଜର ହେବାକୁ ଯାଉଥିଲା ହେଲେ ସେ ହାଜର ହୋଇନଥିଲେ। ବର୍ତ୍ତମାନ ସୁଦ୍ଧା କେଜ୍ରିୱାଲଙ୍କୁ ୭ଟି ସମନ ପଠାଯାଇ ସାରିଲାଣି । ହେଲେ ସେ ହାଜର ହୋଇ ନାହାଁନ୍ତି । ସମସ୍ତ ସମନକୁ କେଜ୍ରିୱାଲ ବେଆଇନ ଏବଂ ରାଜନୈତିକ ଷଡଯନ୍ତ୍ର ବୋଲି କହି ଏଡାଇ ଦେଉଛନ୍ତି । ତେବେ ନିକଟରେ ଭରଚୁଆଲ ମୋଡ଼ରେ ସେ କୋର୍ଟରେ ହଜାର ହୋଇଥିଲେ  ।

Related posts

ଏହି କାରଣରୁ ବିରାଟଙ୍କ ଉପରେ ବର୍ଷିଲେ ଗାଭାସ୍କର

mahabharatanews

ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ପଠାଗଲା ବିମାନ

mahabharatanews

ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଳୀ, ଜନଜୀବନ ଅସ୍ତବ୍ୟସ୍ତ

mahabharatanews