ଭାରତ

ହିମସ୍ଖଳନ: ବରଫ ତଳେ ପର୍ଯ୍ୟଟକ

(ହିମାଳୟ) : ଜମ୍ମୁ-କଶ୍ମୀରରେ ଗୁରୁବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଗୁଲମାର୍ଗ ଅଞ୍ଚଳରେ ହିମସ୍ଖଳନ ଯୋଗୁ କେତେକ ପର୍ଯ୍ୟଟକ ବରଫ ତଳେ ପୋତି ହୋଇ ରହି ଯାଇଥିବା ଖବର ମିଳିଛି। ଏହି ଘଟଣାରେ ଜଣେ ପର୍ଯ୍ୟଟକଙ୍କ  ମୃତ୍ୟୁ ଘଟିଛି। ତେବେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ , ୨ ଜଣ ବିଦେଶୀ ପର୍ଯ୍ୟଟକ ନିଖୋଜ ଥିବା ସ୍ଥାନୀୟ ପୁଲିସ କହିଛି। ଅପରପକ୍ଷରେ ୨ ଜଣ ପର୍ଯ୍ୟଟକଙ୍କୁ ଆବଜର୍ନା ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି। ହିମସ୍ଖଳନ ଖବର ପାଇ ବାରମୂଳା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ  ବରଫ ତଳୁ ଚାପି ରହିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ହିମସ୍ଖଳନ ହେବା ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

Related posts

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

mahabharatanews

ମୁମ୍ବାଇରେ ଭୟଙ୍କର କାଳବୈଶାଖୀ

mahabharatanews

ଦୁର୍ଘଟଣା ଏଡାଇବାକୁ ଗାଡିରେ ଲଗାଯିବ ସେନସର

mahabharatanews