ଓଡିଶା

ରାଜଧାନୀରୁ ହଟିବ ପୋଷ୍ଟର 

(ଭୁବନେଶ୍ୱର) : ରାଜଧାନୀରୁ ହଟିବ ରାଜନୈତିକ ଲେଖା । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ପରେ ବିଏମ୍ସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟିବା ପାଇଁ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ । କାନ୍ଥ ଲେଖା ବି ଲିଭାଇବ ବିଏମସି । ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ କାମ ଆରମ୍ଭ ହେବ । ଏହାସହ କାନ୍ଥ, ଗଛ ଓ ଖୁଂଟରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି । ଭୁବନେଶ୍ୱରର ବିଭିନ୍ନ କାନ୍ଥ ଓ ପାଚେରୀରେ ଲେଖାଯାଇଥିବା ରାଜନୈତିକ ଲେଖା, ପୋଷ୍ଟର ଓ ବ୍ୟାନର ହଟାଯିବ । ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ ,  ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି । ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିସନର ସୂଚନା ଦେଇଛନ୍ତି । ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ୱରରେ ରାଜନୈତିକ ବିବାଦ ଉପୁଜିଥିଲା । ୩୦ରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି  

Related posts

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

mahabharatanews

ନର୍ଲା ପ୍ରେସ ଏସୋସିଏସେସନ୍ ପକ୍ଷରୁ ପ୍ରେସ୍ ଦିବସ ପାଳିତ

mahabharatanews

ପ୍ରବାସୀଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ

mahabharatanews