ଓଡିଶା

ରାଜ୍ୟରେ କଳା ବାଘ ସଂଖ୍ୟ ୧୩  

(ଶିମିଳିପାଳ) : ସାମ୍ନାକୁ ଆସିଲା  ଓଡ଼ିଶାର ବାଘ ସଂଖ୍ୟା । ଏବେ ରାଜ୍ୟରେ ୩୦ଟି ମହାବଳ ରହିଥିବା ସୋମବାର ପ୍ରକାଶିତ ବାଘ ଗଣନା ରିପୋର୍ଟରୁ ଜଣାପଡ଼ିଛି।ରାଜ୍ୟରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ଏକବର୍ଷରୁ କମ୍‌ ବୟସର ୮ଟି ଶାବକ ରହିଛନ୍ତି। ତେବେ ୨୭ଟି ବାଘକୁ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବାବେଳେ ଶିମିଳିପାଳରେ ଆଉ ୩ଟି ବାଘର ଉପସ୍ଥିତି ଥିବା ପ୍ରମାଣ ମିଳିଛି।
ସୂଚନାନୁଯାୟୀ , ତେବେ ସବୁଠାରୁ ଏକ ଖୁସି ଖବର ହେଉଛି ଯେ ୧୩ଟି ମେଲାନିଷ୍ଟିକ ବା କଳାବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ଶିମିଳିପାଳରେ ଦେଖାଯାଇଥିବା ଏହି ୧୩ଟି କଳାବାଘ ମଧ୍ୟରେ ୭ଟି ମାଈ ଓ ୬ଟି ଅଣ୍ଡିରା ରହିଥିବା ସୂଚନା ଦିଆଯାଇଛି। ରାଜ୍ୟରେ ୮ଟି ବାଘଛୁଆ ସମେତ ମୋଟ ୩୦ଟି ବାଘ ରହିଛନ୍ତି। ୨୦୨୨ରେ ଏହା ୨୦ ଥିଲା, ଯାହା ଏବେ ବୃଦ୍ଧି ପାଇ ୩୦ରେ ପହଂଚିଛି । ୨୦୨୩ ଅକ୍ଟୋବର ୧୫ରୁ ଫେବୃଆରୀ ୧୦ ମଧ୍ୟରେ ରାଜ୍ୟର ୪୭ଟି ବନଖଣ୍ଡରେ ଏହି ଗଣନା କରାଯାଇଥିଲା।

Related posts

ଏଣିକି ଜଗା ଦର୍ଶନ ପାଇଁ ଦେବାକୁ ପଡ଼ିବ ଟଙ୍କା

mahabharatanews

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ

mahabharatanews

ସୋସିଆଲ ମିଡିଆରେ ବିବାହିତ ମହିଳାଙ୍କୁ କରୁଥିଲା ଟାର୍ଗେଟ

mahabharatanews